-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
07-Jan-2021
କଳାହାଣ୍ଡି, କୋକସରା(ତ୍ରିନାଥ ବେଶ୍ର।): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ପଞ୍ଚାୟର ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ରହିଛି କୁଟୁରୁ ଗାଁ l ପ୍ରାୟ ତିନି ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ରେ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି l ଏଠାରେ ପିଇବା ପାଣି ପାଇଁ ରହିଛି ମାତ୍ର 2ଟି ନଳକୂପ ଯାହା ଦୀର୍ଘ 45ଦିନ ହେବ ଅଚଳ ହୋଇ ପଡିରହିଛି l ଏଠାର ସ୍ଥାନୀୟ ବନବାସୀଙ୍କ ପାଇଁ ଝରଣା ପାଣି ହିଁ ଏକମାତ୍ର ଭରସା ହୋଇଥିବା ବେଳେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଏହି ସମସ୍ୟା ଲୋକଙ୍କୁ ଆହୁରି ଦହଗଞ୍ଜ ରେ ପକାଇବ ବୋଲି ଗାଁ ଲୋକ କହିଛନ୍ତି l ତେବେ ନଳକୂପ ମରାମତି ସହ ଆଉ ଏକ ନଳକୂପ ଖନନ କରିବାପାଇଁ ସରପଞ୍ଚଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କୁ ଗାଁ ଲୋକେ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ବେଳେ ଆମପାଣି ଜୋନ୍ ସଭ୍ୟ ହେମାଙ୍ଗୀନୀ ହଂସ ଅବଗତ ହେବାପରେ ବିଜେପି ଜିଲ୍ଲା ପ୍ରତିନିଧି ଭଜମନ ନାଏକ ଗାଁ ଲୋକଙ୍କୁ ନେଇ ବିଡିଓ ମନୀଷ ଦାସ ଙ୍କ ନିକଟରେ ପହଞ୍ଚି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ l ସମସ୍ତ ଅଭିଯୋଗ ଶୁଣିବା ପରେ ଭିଡିଓ ତୁରନ୍ତ ପଦକ୍ଷେପ ନିଆ ଯିବ ଓ ନଳକୂପ ମରାମତି ସହ ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l