-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
08-Nov-2024
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ମହାନଗର ପୁସ୍ତକ ମେଳାର ସପ୍ତମ ଦିବସ ସମ୍ପୁର୍ଣ୍ଣ ହୋଇଛି। କବି ପ୍ରଫୁଲ୍ଲ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଯୋଗ ଦେଇ ପୁସ୍ତକର ବିକଳ୍ପ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଗିରିଧର ଓ ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା ର ଉନ୍ନତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ନାଟ୍ୟକାର ତଥା ଅଭିନେତା ଗିରିଜା ଶଙ୍କର ଦାସ ଙ୍କୁ ପୁସ୍ତକ ମେଳା ନାଟ୍ୟ ସଂସ୍କୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା। କବି ସୁଧାଞଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ସପ୍ତମ ରଜନୀ କାର୍ଯ୍ୟକ୍ରମକୁ ନୀହାର ରଞ୍ଜନ ଦାସ,ସୁଧାଞଳି ମିଶ୍ର, ସୁଶାନ୍ତ ଦାସ, ଅନୀଲ କୁମାର ପାତ୍ର, ସତ୍ୟମ୍ ଆଚାରୀ, ଅଜିତ ସାବତ ଓ ସୁନୀଲ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।