-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||     

HOME   ଜିଲ୍ଲା

ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଆମପାଣି ଠାରେ ଜାତୀୟ ରାଜପଥ ଅବରୋଧ ଓ ଫରେଷ୍ଟ ଅଫିସରେ ତାଲା

08-Nov-2024



କୋକସରା(ତ୍ରିନାଥ ବେଶ୍ରା )
‘ଜାନ ଯାଉ ଜୀବନ ଯାଉ, ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ’ ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କୋକସରା ବ୍ଲକ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ କୁ ଦିନ ପ୍ରାୟ ୧୧ ଘଣ୍ଟା ସମୟରୁ ଅବରୋଧ କରିଥିଲେ । ଏଥି ସହ ଆମପାଣି ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ତାଲାବନ୍ଦ କରି ଜଙ୍ଗଲ ସୁରକ୍ଷା କମିଟିର ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ପ୍ରତିବାଦ ସହ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ  ଫଳରେ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ମଧ୍ୟରେ ଗାଡି ଚଳାଚଳ ଠପ ହୋଇଥିଲା ଓ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକ ରହିବା ସହ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ପୂର୍ବରୁ ମଧ୍ୟ  ଧର୍ମଗଡ ବନାଞ୍ଚଳର ରେଞ୍ଜ ଅଫିସର ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ୨୦୨୧ ରେ ଜଙ୍ଗଲ ସୁରକ୍ଷା ପାଇଁ ଦୁଇ ଜିଲ୍ଲା ପ୍ରଶାସନ ଶାନ୍ତି କମିଟିର ନିଷ୍ପତ୍ତିର ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜଙ୍ଗଲ ବିଭାଗ ପକ୍ଷରୁ  କାର୍ଯ୍ୟକାରୀ ନହେବା, ଅବାଧ ମକାଚାଷ, ଜଙ୍ଗଲରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ, ନୂତନ ଜଙ୍ଗଲ ସୃଷ୍ଟି ନାଁ ରେ ବନିକରଣରେ ଦୁର୍ନୀତି କରି ଜଙ୍ଗଲ ଅଧିକାରୀଙ୍କ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଓ ପର୍ଯ୍ୟଟନ ସ୍ଥଳୀ ପାଇଁ ଆସିଥିବା ଅନୁଦାନର ବାଟ ମାରଣା ନେଇ  ଅଭିଯୋଗ ନେଇ  ଗୁରୁବାର ଆମପାଣି ଫରେଷ୍ଟ ସେକ୍ସନର କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଓ ପୋଲିସ କର୍ମଚାରୀ ସହ ଆଇ.ଆର.ବି  ଯବାନ ମାନେ ପହଞ୍ଚି ଆନ୍ଦୋଲନକାରୀଙ୍କ  ରାସ୍ତା ଅବରୋଧ ପ୍ରତ୍ୟାହୃତ କରିବା ପାଇଁ ଆଲୋଚନା କରିଥିଲେ। ତେବେ ଜିଲ୍ଲା ସ୍ତରୀୟ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀ ନିଜ ଜିଦରେ ଅଡି ବସିଥିଲେ । ପରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରେ ବସିଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାସ୍ତା ଅବରୋଧରୁ ହଟିବା ପାଇଁ ଆଲୋଚନା ସହ ଜଙ୍ଗଲ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ଘଣ୍ଟା  ସମୟ ଦେଇ ରାସ୍ତା ଅବରୋଧ ହଟାଇ ଥିଲେ। ପରେ ଘଟଣାସ୍ଥଳରେ ଡେପୁଟି  ଜିଲ୍ଲାପାଳ ଚିତ୍ତରଞ୍ଜନ ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ ପହଞ୍ଚି ଆନ୍ଦୋଳନରେ ବସିଥିବା ଜଙ୍ଗଲ ସୁରକ୍ଷା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆଗାମୀ ଦିନରେ  ସାହାଜଖୋଲ ଜଙ୍ଗଲର ସୁରକ୍ଷା ନେଇ ପ୍ରତିଶୃତି, ଅବାଧ ମକାଚାଷ ଓ ଅନାଧିକୃତ ଭାବେ ଜଙ୍ଗଲରେ ରହି ଜଙ୍ଗଲକୁ କାଟି ମକାଚାଷ କରୁଥିବା ସୀମାନ୍ତ ଜିଲ୍ଲାର ଲୋକଙ୍କ  ଉପରେ କଳାହାଣ୍ଡି ଜିଲ୍ଲା  ଜଙ୍ଗଲ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ପରେ ସାହାଜଖୋଲ ବନ ସୁରକ୍ଷା କମିଟି ରାସ୍ତା ଅବରୋଧରୁ ହଟିବା ସହ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ଏହି ଆନ୍ଦୋଳନରେ ବନ ସୁରକ୍ଷା ମହାସଂଘର ସଭାପତି ହେମନ୍ତ କୁମାର ମାଝୀ, ଉପ ସଭାପତି ତ୍ରିନାଥ ପୋଟା, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସମ୍ପାଦକ ଭଜମନ ନାଏକ, ସହ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠାନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠାନିକ ସମ୍ପାଦିକା ହେମାଙ୍ଗିନି ହଂସ, କୋଷାଧ୍ୟକ୍ଷ ଭୁଜବଲ ସୋରି ପ୍ରମୁଖ କର୍ମକର୍ତ୍ତାଙ୍କ ସହ ଯୀତେନ୍ଦ୍ର କୁମାର ପଣ୍ଡା, ସୁଧୀର ଚନ୍ଦ୍ର ବାଗ, ପରି କ୍ଷୀତ ବେଶ୍ରା, ମଧୁବନ ପାତ୍ର, ମହିମା ସରପଞ୍ଚ ଇଶରାମ କୋଲଥିଆ, ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ହିମାଞ୍ଚଳ ପୁଝାରି, ହରିଶ୍ଚନ୍ଦ୍ର ନାଏକ,  ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ପାର୍ଥବ ମାଝୀ, ପୂର୍ଣ୍ଣଚନ୍ଦ୍ର ନାଏକ, ଯଦୁମଣି ଦୁର୍ଗା, ଲକ୍ଷ୍ମଣ ଗୋପାଳ, ମନୋରଞ୍ଜନ ବାଣୁଆ, ଧର୍ମାନନ୍ଦ ନାଏକ, ପଦ୍ମନ ଚଲାନ, ସମେତ ୫୨ ଟି ବନ ସୁରକ୍ଷା ସମିତିର ଶତାଧିକ କର୍ମକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026
  ଜିଲ୍ଲା  
ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   29-Jun-2026
  ଜିଲ୍ଲା  
*ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   29-Jun-2026
  ଜିଲ୍ଲା  
ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   29-Jun-2026
  ଜିଲ୍ଲା  
ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   29-Jun-2026
  ଜିଲ୍ଲା  
ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   29-Jun-2026
  ଜିଲ୍ଲା  
ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026

You Might Also Like