-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
07-Nov-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ମହିଳା ଓ ବାଲ ବିକାଶ ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ୱାନ ଷ୍ଟପ କେନ୍ଦ୍ର କୁ ପରିଦର୍ଶନ କରି ମହିଳାଙ୍କୁ ଆତ୍ମା ନିର୍ଭରଶୀଳ କରିବା ବିଭିନ୍ନ ଉପାୟ କୁ ପ୍ରଶଂସା କରିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସି ଥିବା ରୋଗୀ ସମ୍ପର୍କୀୟ ଙ୍କୁ ସୁଲଭ ମୂଲ୍ୟ ରେ ଖାଦ୍ୟ ଯୋଗାଣ ସାଙ୍ଗକୁ ମହିଳା ଆତ୍ମ ନିର୍ଭରଶୀଳ କରିବା ନେଇ କହିଥିଲେ। ଆକାଂକ୍ଷା ଜିଲ୍ଲା ରୂପେ ଦିଆ ଯାଇଥିବା ବିଭିନ୍ନ ମାପ ଦଣ୍ଡ ଉପର କାର୍ଯ୍ୟ କରୁଥିବା ବେଳେ ଅଗ୍ରଗତି ହାର ଉତ୍ସାହ ଜନକ ଅଟେ। ମାତ୍ର ଗୋଟିଏ ବିଭାଗ ୮୮%ପ୍ରତିଶତ ରହିଅଛି। ଖୁବ୍ ଶୀଘ୍ର ଏହି ବିଭାଗ ମଧ୍ୟ ତାର ଶତ ପ୍ରତିଶତ ପୁରଣ କରିବା ବୋଲି କହିଥିଲେ। ବିଶେଷ କରି ମହିଳା ଙ୍କ ବିକାଶ ସାଙ୍ଗକୁ ମହିଳା ଆତ୍ମ ନିର୍ଭରଶୀଳ ହେବା କଥା ମୋଦୀ ସରକାର ବିଶେଷ ଧ୍ୟାନ ଦେଉଅଛି। ନିର୍ବାଚନ ରେ ମହିଳାଙ୍କ ପାଇଁ ୩୩%ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ସହାୟକ ହେଉଅଛି କରିଥିଲେ। ସେହିପରି ମିଲେଟ ମିଶନ ଦ୍ବାରା ମିଲେଟ୍ କେଫେ କୁ ପରିଦର୍ଶନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି।