-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Nov-2024
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୀଠରେ କଳାକନା ବୁଲାଇଲେ ଚୋର l ମନ୍ଦିର ମୁଖ୍ୟଦ୍ୱାର ଫାଟକର ଚାବି କାଟି ମନ୍ଦିର ଭିତରେ ପ୍ରବେଶ କରିବା ପରେ ଗର୍ଭଗୃହରେ ପହଞ୍ଚି ମା ଙ୍କ ଦୁଇଟି ରୁପା ମୁକୁଟ, ଗୋଟିଏ ଛତ୍ରୀ, ଦୁଇଟି ସୁନା ଛାଉଣୀ ମୁକୁଟ ସହ ବେଢାରେ ରହିଥିବା ଦାନ ହୁଣ୍ଡୀ ତାଲା ଭାଙ୍ଗି ଲୁଟ ହୋଇଛି l ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରା ଯାଇଥିବା ବେଳେ ପୋଲିସ ସାଇଣ୍ଟିଫିକ ଟିମ ଓ ଡଗ ସ୍କୱାର୍ଡ ଦ୍ୱାରା ଛାନଭିନ ଜାରିରହିଛି l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ)