-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
05-Nov-2024
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ଭର୍ଶୁଜା ପଞ୍ଚାୟତ ଅନ୍ତର୍ଗତ ପିପିଲି ପାଲି ଗ୍ରାମର ଶତାଧିକ ଲୋକ ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି ଓ ଜଳ ଓ ପରିମଳ ଯନ୍ତ୍ରୀ ଶ୍ରୀ ଦୁର୍ଗାପ୍ରସାଦ ମିଶ୍ର ଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଳ ଓ ପରିମଳ ଯନ୍ତ୍ରୀ ଙ୍କୁ ଜଣାଇ ଥିଲେ। ଯନ୍ତ୍ରୀ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର ସଙ୍ଗେ ସଙ୍ଗେ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶୁତୋଷ ଭଦ୍ରା ଙ୍କୁ ଫୋନ ଯୋଗେ ସମସ୍ତ ବିଷୟ ଜଣାଇଥିଲେ। ସମସ୍ତ ଅଭିଯୋଗ କୁ ଶୁଣିବା ପରେ ନିଜେ ଅଭିଯୋଗ କରିଥିବା ପିପିଲି ପାଲି ଗ୍ରାମକୁ ଆସି ଲୋକଙ୍କ ସହିତ ଆଲୋଚନା କରିଥିଲେ l
ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ମଧ୍ୟ ହୋଇଥିବା ଗ୍ରାମବାସି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏତେ ଶୀଘ୍ର ଅଭିଯୋଗ ର ସମାଧାନ ହେବା ଯୋଗୁଁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ଓ ବିଭାଗୀୟ ଅଧିକାରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି। ଗ୍ରାମବାସୀ ଙ୍କ ଅଭିଯୋଗ ହେଉଛି ଯେ ଗ୍ରାମରେ ନିର୍ମିତ ହେଉଥିବା ନୂତନ ଇଣ୍ଟେକ୍ ୱାଲ୍ ଓ ଗ୍ରାମରେ ପୋତା ଯାଉଥିବା ପାଣି ପାଇପ୍ ଉପରେ। ଠିକାଦାର ଙ୍କ ଉପରେ ଗ୍ରାମ ବାସି ଅସନ୍ତୋଷ ପ୍ରକାଶ କରି ଉପରିସ୍ଥ ଯନ୍ତ୍ରୀ ଙ୍କୁ ଜଣାଇଥିଲେ। ପୋତା ଯାଉଥିବା ପାଣି ପାଇପ୍ ନିକଟସ୍ଥ ଭର୍ସୁଯା ଗ୍ରାମ କୁ ଦିଆ ଯାଉଛି ବୋଲି ପ୍ରତିବାଦ କରିଥିଲେ। ଗ୍ରାମରେ ଦିଆ ଯାଉଥିବା ପାଣି ପାଇପ୍ ନିକଟ ରେ ଥିବା ଭର୍ସୂଜା ଗ୍ରାମକୁ ଦିଆଯିବ ନାହିଁ ବୋଲି ଗ୍ରାମବାସି ଅଡି ବସିଥିଲେ। ଫଳରେ ବିଭାଗୀୟ ଅଧିକାରୀ ଗ୍ରାମ କୁ ଆସି ଲୋକଙ୍କ ସହ ଆଲୋଚନା କରି ଉକ୍ତ ସମସ୍ୟାର ସମାଧାନ କରିଥିଲେ l