-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଦିନ୍ ଆଲୋଚନାଚକ୍ର “ମୋର ବଲାଙ୍ଗିର” ସଂସ୍କୃତି ଓ ସାମାଜିକ ସ୍ତରରେ ଇତିହାସ ସମୃଦ୍ଧ କିନ୍ତୁ ବଲାଙ୍ଗିରରେ ବୀରତ୍ୱର ଇତିହାସ ନାହିଁ: ମନୋରଂଜନ, ରତ୍ନଗର୍ଭା ପର୍ବତମାଳା ଉପରେ ଦାନବ ମାନଙ୍କ ଦୃଷ୍ଟି ପଡିଛି - ଘାସିରାମ ମିଶ୍ର

30-Oct-2024



ବଲାଙ୍ଗିର(ପ୍ରେରଣା ଖବର): ଅତିତରେ ଗଡଜାତ ସମୟରେ ବଲାଙ୍ଗିର ଜିଲ୍ଲାର ଭୈାଗଳିକ ପରିସର ବୃହତ ଓ ବ୍ୟାପକ ଥିଲା କିନ୍ତୁ ଭୌଗଳିକ ସ୍ଥିତ ଓ ଜନସଂଖ୍ୟା ଦୃଷ୍ଟିରୁ ଶିକ୍ଷା ବିକାଶ ସେପରି ଆଖିଦୃଶିଆ ହୋଇନଥିଲା। ଚୈହାନ ବଂଶ ରାଜତ୍ୱ ପୂର୍ବରୁ ବଲାଙ୍ଗିର ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ସ୍ତରରେ ଆଖି ଦୃଶିଆ ବିକାଶ କରିଥିଲେ ହେଁ ପରେ ପରେ ଗଡଜାତ ସମୟରେ ଶିକ୍ଷା ପ୍ରତି ଅବହେଳା କରାଗଲା। ବଲାଙ୍ଗିର ଭଳିଆ ବିରାଟ ଭୌଗଳିକ ଅଂଚଳରେ ମାତ୍ର ଗୋଟିଏ କି ଦୁଇଟା ଶିକ୍ଷାୟତନ ଥିଲା। ଫଳରେ ଧିରେଧିରେ ଶିକ୍ଷା ବ୍ୟବସ୍ଥାର ଅଧୋଗତି ହେଲା। ଲୋକଙ୍କ ଅର୍ଥନୈତିକ ଅବସ୍ଥା ଦୋହଳି ଗଲା ଓ ଲୋକେ କ୍ରମାଗତ ଭାବରେ ଗରିବ ହେବାକୁ ଲାଗିଲେ । ତେଣୁ ଯଦି ମୋର ବଲାଙ୍ଗିର ର ବିକାଶ କରିବାର ଅଛି ତେବେ ଆମକୁ ଶିକ୍ଷା କ୍ଷେତ୍ରରେ ବିକାଶ କରିବାକୁ ହେବ ବୋଲି ବଲାଙ୍ଗିର ଦିନ୍ ପାଳନ ଅବସରରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର “ମୋର ବଲାଙ୍ଗିର” ଶୀର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବେ ଯୋଗ ଦେଇ ପୂର୍ବତନ ଆଇନମନ୍ତ୍ରୀ, ଜାତୀୟ ଆଇନ କମିଶନ ସଦସ୍ୟ ତଥା ପୂର୍ବତନ ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ। ସେ ଏହି ମର୍ମରେ ଆଲୋଚନାଚକ୍ରର ଆୟୋଜକ ମାହେଶ୍ୱରୀ ସଂଗଠନ ଓ ବଲାଙ୍ଗିର ଦିନ୍ ସେମିନାର କମିଟିର ଏହି ଉଦ୍ୟମକୁ ଭୂୟସି ପ୍ରଶଂସା କରି କହିଛନ୍ତି ଯେ ଆମମାନଙ୍କ ଏକତା, ସାମୁହିକ ଉଦ୍ୟମ ଯୋଗୁଁ ଗତ ୧୦ ବର୍ଷରେ ବଲାଙ୍ଗିର ଅନେକ କ୍ଷେତ୍ରରେ ଉନ୍ନତି କରିଛି । ଯେପରି କି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ତଥା ଆନ୍ୟାନ୍ୟ କେନ୍ଦ୍ରୀୟ ଅନୁଷ୍ଠାନ ଚିକିତ୍ସା ଓ ଜଳ ପରିଚାଳନା କ୍ଷେତ୍ରରେ ବଲାଙ୍ଗିରକୁ ପୂର୍ବାଂଚଳରେ ଶ୍ରେଷ୍ଠ ଜିଲ୍ଲା ଭାବରେ ପୁରସ୍କୃତ କରିଛନ୍ତି । ସଂସ୍କୃତି ଗବେଷକ ଘାସିରାମ ମିଶ୍ର ନିଜ ବକ୍ତବ୍ୟରେ ଏ ଅଂଚଳର ଅମୂଲ୍ୟ ଖଣିଜ ପଦାର୍ଥ ଉପରେ ବର୍ତ୍ତମାନର ଦାନବ ଗୋଷ୍ଠୀର ଆଖି ପଡିଛି । ଏହାକୁ ସୁରକ୍ଷିତ ରଖିବା ସମୟ ଆସିଛି । ଏଥି ପାଇଁ ବଲାଙ୍ଗିରର ଯୁବ ଶକ୍ତିମାନେ ସଚେତନ ହୋଇ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ବୋଲି ଆହ୍ୱାନ କରିଥିଲେ । ଆମ ଜିଲ୍ଲାର ଐତିହ୍ୟ, ପରଂପରା ସଂସ୍କୃତି ର ବିଶାଳତା କୁ ଆମକୁ ସୁରକ୍ଷା ଦେବାକୁ ହେବ ନଚେତ ଆମ ଜିଲ୍ଲା ତାଙ୍କ ମୌଳିକତା ହରାଇବ ବୋଲି କହିଥିଲେ । ଆଲୋଚକ ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ କହିଥିଲେ ବଲାଙ୍ଗିରର ଇତିହାସ, ସଂସ୍କୃତି, ପ୍ରକୃତି ଓ ସମାଜିକ ସ୍ଥିତିର ସମୃଦ୍ଧ ଇତିହାସ ରହିଛି ତା ସତ୍ତ୍ୱେ ବଲାଙ୍ଗିର ପଛୁଆ କାହିଁକି ? ମୋ ମତରେ ଏଥି ପାଇଁ ଯଦି କିଏ ଦାୟୀ ତେବେ ସେମାନେ ହେଉଛନ୍ତି ଆମ ପ୍ରତିକ୍ରିୟାହୀନ ଜନତା ବୋଲି ସେ କହିବା ସହ ବଲାଙ୍ଗିରର ବୀରତ୍ୱ ଇତିହାସରେ କମି ଅଛି ବୋଲି ସେ କହିଥିଲେ । ଐତିହାସିକ ଶିବ ପ୍ରସାଦ ନନ୍ଦ ବଲାଙ୍ଗିରର ନାମକରଣ ଉପରେ ଇତିହାସ ପୃଷ୍ଠାରୁ ବେଶ କିଛି ପ୍ରମାଣିତ ତତ୍ୱ ପ୍ରଦାନ କରିବା ସହ ବଲାଙ୍ଗିର ର ଧରୋହର ରକ୍ଷା ପାଇଁ କାମ କରିଥିବା ପୂର୍ବସୁରି ଯଥା ଧରମସିଂ ମାନ୍ଧାତା,ଯୋଗେଶ୍ୱର କୁମୁରା, ଯୁଧିଷ୍ଠିର ମିଶ୍ର, ଚିନ୍ତାମଣି ରଥ, କପିଳେଶ୍ୱର ନନ୍ଦ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ନାମ ସ୍ମରଣ କରିଥିଲେ । ସେ ନିଜ ବକ୍ତବ୍ୟରେ ଚୈାହାନ ବଂଶ ରାଜତ୍ୱ ସମୟରେ ବଲାଙ୍ଗିର ରେ ମୌଳିକ ଅଧିକାର ବୋଲି କିଛି ନ ଥିଲା ବୋଲି କହିବା ସହ ୧୯୩୮ ମସିହା ସେପ୍ଟେମ୍ବର ୨୯ ତାରିଖରେ ଚୁଡାପାଲିରୁ ବଲାଙ୍ଗିର ଆସିଥିବା ପ୍ରଜା ଆନ୍ଦୋଳନ ଉପରେ ତଥ୍ୟ ରଖିଥିଲେ । ମଧୁ ସୁଦନ ନାୟକଙ୍କ ସଂଯୋଜନା ତଥା ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସ୍ୱାଗତ ଭାଷଣ ଦେଇ ୨୦୨୦ ରେ କିପରି ବଲାଙ୍ଗିର ଦିନ୍ ର ଆୟୋଜନ କରାଯାଇଥିଲା ସେ ଉପରେ ସୂଚନା ଦେଇଥିଲେ । ଆଲୋଚନାଚକ୍ରର ସମୀକ୍ଷକ ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସଂଗୀତା ଦାଶ ବଲାଙ୍ଗିର ଦିନ୍ ସେମିନାର କମିଟି ତରଫରୁ ଶ୍ରୋତା, ଦର୍ଶକ, ଆୟୋଜକ ତଥା ଆଲୋଚକମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଆଲୋଚନା ଶେଷ ଘୋଷଣା କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like