-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||      ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ    (28-Jul-2026)       ||      ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   (28-Jul-2026)       ||      ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   (28-Jul-2026)       ||      ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (28-Jul-2026)       ||      ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||     

HOME   ଜିଲ୍ଲା

ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା

22-Apr-2026



ବଲାଙ୍ଗୀର/ସୁନ୍ଦରଗଡ଼(ପ୍ରେରଣା ଖବର): ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ମହିଳାଙ୍କ ସହ ସଂପର୍କ ଯୋଡିଲେ । ବିଶ୍ୱାସ ଜିଣିବା ପରେ ମହିଳାଙ୍କ ପୁଅଝିଅଙ୍କୁ ବାଣିଜ୍ୟ ବିଭାଗରେ ଚାକିରି କରାଇ ଦେବାକୁ କହି ନେଇଗଲେ ୧୫ଲକ୍ଷ ଟଙ୍କା। ଦିନ ଗଡିବା ପରେ ଧରାଛୁଆଁ ଦେଲେନି। ଓଲଟା ଅଶ୍ଲୀଳ ଭାଷାରେ ଗାଳିଗୁଳଜ କଲେ । ଏଭଳି ଏକ ସାଇବର ଠକେଇ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଂଚଳରୁ ଆସିଛି। ସଂପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ  ପୋଲିସ ଏକ ମାମଲା ରୁଜୁ କରି ସାଇବର ଠକକୁ ଗିରଫ୍ କରିଛି।  ଅଭିଯୁକ୍ତ ହେଲା ବଲାଙ୍ଗୀର ପେଲେସ ଲାଇନ୍ ରେ ଭଡାରେ ରହୁଥିବା ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା କନ୍ଦାଗାଡର ସରୋଜ କୁମାର @ ସରୋଜ କୁମ୍ଭାର(୩୨) । ଗତ ୧୭ ତାରିଖ ଦିନ ବଲାଙ୍ଗୀର ଭାଗିରଥୀ ଛକରୁ ସରୋଜକୁ ଗିରଫ କରିଛି ପୋଲିସ । ତା ପାଖରୁ ଏକ ହୁଣ୍ଡାଇ କାର, ୮ଟି ମୋବାଇଲ, ସାମସଙ୍ଗ ଟାବଲେଟ, ବିଭିନ୍ନ ବ୍ୟାଙ୍କର ୭ଟି ପାସ୍‌ବୁକ୍ , ୫ଟି ଏଟିଏମ୍‌, ଚେକ୍ ବହି ଆଦି ଜବତ ହୋଇଛି। ଭଷ୍ମା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ନିର୍ମଳ ମହାପାତ୍ର ଏହି ମାମଲାର ବିସ୍ତୃତ ସୂଚନା ଦେଇଛନ୍ତି। ଏହାପୂର୍ବରୁ ସରୋଜ ଠକାମୀ କରି କିଛି ବର୍ଷ ଧରି ଲୋଇସିଂହା କଲେଜରେ ଅଧ୍ୟାପକ ଭାବରେ କାମ ମଧ୍ୟ କରୁଥିଲା । ସରୋଜର ଆଚରଣ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ଓ  ପାଠପଢ଼ା ଶୈଳୀ ପ୍ରତି ସନ୍ଦେହ ହେବା ପରେ କଲେଜ ଷ୍ଟାଫ୍ ତାକୁ ଚିକରିରୁ ବିଦା କରି ଦେଇଥିଲେ। ଏପରିକି ଜମି କିଣାବିକାରେ ସରୋଜ ଠକାମୀ କରି କୋଟି କୋଟି ଟଙ୍କା ଲୋକଙ୍କ ଠାରୁ ଠିକଥିବା ଅଭିଯୋଗ ହୋଇଛି।
    ସରୋଜଙ୍କ ଠକେଇର ଶୀକାର ହୋଇଥିବା ମହିଳା ଜଣକ ହେଲେ ଭଷ୍ମା ଥାନା ଭାଲୁଗାଡର ରଂଜିତା କାଲୋ । ସରୋଜ କୁମାର ନାମକ ଜଣେ ଯୁବକ ରିତେଶ ତ୍ରିପାଠୀ ନାମରେ ଏକ ନକଲି ଫେସ୍‌ବୁକ୍ ଆଇଡି ଖୋଲି ୧୯.୧୧.୨ଠ୨୪ରେ ଉକ୍ତ ମହିଳାଙ୍କ ସହ ସଂପର୍କ ରଖିଥିଲା। କିଛି ମାସ ପରେ ବାଣିଜ୍ୟ ବିଭାଗରେ ପୁଅଝିଅଙ୍କୁ ଚାକିରୀ କରାଇ ଦେବାକୁ କହିଥିଲେ। ଏହାପରେ ଯୁବକ ଜଣକ ମହିଳାଙ୍କୁ ୧୫ଲକ୍ଷ ଟଙ୍କା ଦାବି କରି ଥିଲେ। ମହିଳା ଜଣକ ତାଙ୍କ ଫୋନ୍ ପେ ରେ ୧୨.୪୫ଲକ୍ଷ ଟଙ୍କା, ବ୍ୟାଙ୍କ ମାଧ୍ୟମରେ ୫୫ହଜାର ଟଙ୍କା ଓ ନଗଦ ଭାବରେ ୨ଲକ୍ଷ ଟଙ୍କା ଦେଇଥିଲେ। କିଛି ଦିନ ପରେ ଅଭିଯୁକ୍ତ ଜଣକ ପୁଣି ୧ଠଲକ୍ଷ ଟଙ୍କା ଦାବି କରିଥିଲେ। ମହିଳା ସନ୍ଦେହ କରି ଚାକିରି ବିଷୟରେ ପଚାରିବା ପରେ ସେ ଅଭଦ୍ର ଭାଷାରେ ଧମକ ଦେବା ସହ ଟଙ୍କା ଫେରାଇବାକୁ ମନା କରିଥିଲେ। ଶେଷରେ ମହିଳା ଜଣକ ଠକାମୀରେ ପଡିଥିବା ଜାଣି ତା.୨୭.ଠ୮.୨ଠ୨୫ରେ   ଭଷ୍ମା ଥାନାରେ ମହାଠକ ସରୋଜ ଙ୍କ ନାମରେ ଏତଲା ଦେଇଥିଲେ । ତତ୍କାଳୀନ ଥାନା ଅଧିକାରୀ ସୁଶାନ୍ତ ପରିଡା ଭାରତୀୟ ନ୍ୟାୟ ସଂହିତା ଧାରା ୩୧୯(୨), ୩୧୫(୪) ଓ ୨୯୭ରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତକୁ ପୋଲିସ ୧୭ ତାରିଖରେ ବଲାଙ୍ଗୀରରୁ ଗିରଫ୍ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।  ସରୋଜ ଜଣେ  ପ୍ରଫେସନାଲ ଠକ ଓ ବିଭିନ୍ନ ସମୟରେ ସେ ପରିସ୍ଥିତି ଦେଖି ନିଜକୁ ବିଭିନ୍ନ ପ୍ରକାର ପରିଚୟ ଦେଇ ନିରୀହ ଲୋକଙ୍କ ଠାରୁ ଟଙ୍କା ଠକାମୀ କରିଥାଏ ବୋଲି ତାର ଗାଁ କନ୍ଦାଗାଡ଼ର କିଛି ଲୋକ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   28-Jul-2026
  ଜିଲ୍ଲା  
"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   28-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ   28-Jul-2026
  ରାଜ୍ୟ  
ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   28-Jul-2026
  ରାଜ୍ୟ  
ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   28-Jul-2026
  ଜିଲ୍ଲା  
ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   28-Jul-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   28-Jul-2026
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026

You Might Also Like