-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ର ଦ୍ୱିବାର୍ଷିକ ବୈଠକ ଓ ନିର୍ବାଚନ

27-Oct-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ରବି ପଣ୍ଡା ସପ୍ତମ ଥର ପାଇଁ ନିର୍ବିରୋଧ ସଭାପତି ନିର୍ବାଚିତ , ବଦ୍ରି ପ୍ରସାଦ ସାହୁ ସାଧାରଣ ସମ୍ପାଦକ ।ବରପାଲି / ବରଗଡ : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ର ଦ୍ୱିବାର୍ଷିକ ବୈଠକ ଓ ନିର୍ବାଚନ ରବିବାର ବରପାଲି ବ୍ଲକ ସ୍ଥିତ ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ସଂଘର ସାଂଗଠାନିକ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସଂଘ ପକ୍ଷରୁ ସଦସ୍ୟ ମାନଙ୍କର ୱେଲଫେୟାର ପାଇଁ ଗୁରୁତ୍ୱ ଦେବା ସହ ବରଗଡ ସଦର ମହକୁମା ଠାରେ ସଂଘର ଏକ ଅଫିସ ଗୃହ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ସଭା ପ୍ରାରମ୍ଭରେ ବରପାଲି ୟୁନିଟର ସଂଯୋଜକ ସୁବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଦ୍ୟୁମ୍ନ ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘର ବିବରଣୀ ଉପସ୍ଥାପନା କରିଥିଲେ । ପରେ ସଂଘର ଦ୍ୱିବାର୍ଷିକ ନିର୍ବାଚନ ସଂଘର ନିର୍ବାଚନୀ ଅଧିକାରୀ ସୁରେଶ ଦାଶ ଓ ଅତିରିକ୍ତ ନିର୍ବାଚନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ପାଇଁ ଓୟୁଜେ ପକ୍ଷରୁ ଓୟୂଜେ ସଂଗଠନ ସମ୍ପାଦକ ଋତୁରାଜ ସିଂ ଓ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବଦ୍ରି ନାରାୟଣ ମିଶ୍ର ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ । ଏହି ନିର୍ବାଚନରେ ରବି ପଣ୍ଡା ସପ୍ତମ ଥର ପାଇଁ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହୋଇଥିବା ବେଳେ ବଦ୍ରି ପ୍ରସାଦ ସାହୁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭୁଚରଣ ମହାନ୍ତି ଓ ବ୍ୟୋମକେଶ କର ଉପସଭାପତି, ଜ୍ୟୋତି ରଞ୍ଜନ ମହାପାତ୍ର ଓ ନୀଳକଣ୍ଠ ଦୀପ  ସମ୍ପାଦକ, ହେମନ୍ତ ନାୟକ  କୋଷାଧ୍ୟକ୍ଷ , ରମଣୀ ରଂଜନ ବେହେରା ଅଫିସ ସମ୍ପାଦକ, ରଞ୍ଜନ ଦେବତା  ଜିଲ୍ଲା ସଂଯୋଜକ, ନରେନ୍ଦ୍ର କୁମାର ଦାଶ  ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ, କ୍ଷମାନିଧି ନାୟକ  ଟ୍ରିବ୍ୟୁନାଲ ଅଧ୍ୟକ୍ଷ, ଯୁଧିଷ୍ଟିର ମହାପାତ୍ର ସାମ୍ବାଦିକ କଲ୍ୟାଣ ବିଭାଗ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ବ୍ଲକ୍ ସଂଯୋଜକ ଭାବରେ ଅତାବିରା ବ୍ଲକ ପାଇଁ କୀର୍ତ୍ତନ ବିଶ୍ୱାଳ,ଅମ୍ବାଭୋନା ବ୍ଲକ ପାଇଁ ରଞ୍ଜିତ ଦାଶ, ବରଗଡ ବ୍ଲକ ପାଇଁ ନେପାଳ ପ୍ରଧାନ, ବରପାଲି ବ୍ଲକ ପାଇଁ ସୁବ୍ରତ ସାହୁ, ବିଜେପୁର ବ୍ଲକ ପାଇଁ ପାଣ୍ଡବ ପ୍ରଧାନ, ଭଟଲି ବ୍ଲକ ପାଇଁ ରାଜେଶ ମିଶ୍ର, ଝାରବନ୍ଧ ବ୍ଲକ ପାଇଁ ଦେବେନ୍ଦ୍ର ସାହୁ, ଭେଡେନ ବ୍ଲକ ପାଇଁ ବଳରାମ ବାଗ , ଗାଇସିଲେଟ ବ୍ଲକ ପାଇଁ ରଙ୍କମଣି ସାହୁ, ପାଇକମାଳ ପାଇଁ ଧିରେନ ମହାନ୍ତି, ପଦ୍ମପୁର ବ୍ଲକ ପାଇଁ ସୁଦାମ ପ୍ରଧାନ ଓ ସୋହେଲା ବ୍ଲକ ପାଇଁ ଅଶ୍ୱିନୀ ପାତ୍ର ମନୋନୀତ ହୋଇଛନ୍ତି । ଜାବର  ବରିଷ୍ଠ ସଦସ୍ୟ ସିଂହନାଦ ପ୍ରଧାନ ମଞ୍ଚାସୀନ ଥିବା ବେଳେ ଏହି ବୈଠକରେ ସଂଘର ଜିଲ୍ଲାର ସମସ୍ତ ୧୨ ଟି ବ୍ଲକ ୟୁନିଟ ରୁ ପ୍ରାୟ ୭୦ ଜଣ ସଦସ୍ୟ ଯୋଗଦାନ କରିଥିଲେ । ଶେଷରେ ବରପାଲି ୟୁନିଟର ବରିଷ୍ଠ ସଦସ୍ୟ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like