-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ବରଗଡ ଜିଲ୍ଳାର ବିଦୂଷୀ କନ୍ଯା ସ୍ବର୍ଗତା ଇଳା ପଣ୍ଡାଙ୍କ ଜୟନ୍ତୀରେ କୋଶଲଟାଇମ ଦ୍ବାରା ସଂଗୀତ ଆସର ଓ ସମ୍ବର୍ଦ୍ଧନା ପର୍ବ

27-Oct-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ମାଟିର ବିଦୂଷୀ କନ୍ଯା ତଥା ଇଳା-ବଂଶୀଧର ଚାରିଟେବଲ ଟ୍ରଷ୍ଟର ଉଦ୍ଯୋକ୍ତା ସ୍ବର୍ଗତା ଇଳା ପଣ୍ଡାଙ୍କ ୯୪ତମ ଜୟନ୍ତୀ ଅବସରରେ ବରଗଡର ପାକ୍ଷିକ ପତ୍ରିକା କୋଶଲଟାଇମ ପକ୍ଷରୁ ଏକ ସଂଗୀତ ଆସର ସ୍ଥାନୀୟ ଏମ୍ ଆର୍ ପ୍ରେସ୍ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଅବରରରେ ବରଗଡ ଅଞ୍ଚଳର ପାଞ୍ଚଜଣ କଳାକାରଙ୍କୁ ଇଳାପଣ୍ଡା ସ୍ମାରକୀ କଳାସମ୍ମାନରେ ସମ୍ମାନିତ କରାଯାଇଛି ।  ପ୍ରଖ୍ୟାତ ଇତିହାସ ପ୍ରଫେସର ଘନଶ୍ଯାମ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ବିଶାଖା ଦାଶଙ୍କ ଚତୁର୍ଥ ସନ୍ତାନ ରୂପେ ଜନ୍ମିତ ଇଳା ପଣ୍ଡା ବରଗଡ ଜିଲ୍ଳାର ଅଖ୍ଯାତ ପଲ୍ଲୀ କଟାପାଲିରେ ବାଲ୍ଯକାଳ ବିତେଇଥିଲେ ଏବଂ ନିଜ ଜନ୍ମଭୂମି କଟାପାଲିର ଉନ୍ନତି କଳ୍ପେ ପରବର୍ତ୍ତୀ କାଳରେ ଅନେକ କାର୍ଯ୍ଯ କରିଥିଲେ । ଶାନ୍ତିନିକେତନରେ ଫାଇନ୍ ଆର୍ଟ ପଢିଲା ବେଳେ ସେ ଅଙ୍କନ କରିଥିବା ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ଅଦ୍ଯାବଧି ସେଠାରେ ସୁଶୋଭିତ । ତାଙ୍କ ପ୍ରତିଷ୍ଠିତ ଶାରଳା ପୁରସ୍କାର ଏବଂ ଇଳା-ବଂଶୀଧର ଚାରିଟେବଲ ଟ୍ରଷ୍ଟ ଅଦ୍ଯାବଧି ତାର ଉଦ୍ଦେଶ୍ଯ ସାଧନ କରିଚାଲିଛି । ଏହି ମହୀୟସୀ ମହିଳା ପରବର୍ତ୍ତୀ କାଳରେ ରାଜ୍ଯ ସଭାସାଂସଦ ରୂପେ କାର୍ଯ୍ଯ କରିବା ସମୟରେ ବରଗଡ ଜିଲ୍ଲାର ଉନ୍ନତି ପାଇଁ ବହୁ ଅନୁଦାନ ବ୍ଯୟ କରିଥିଲେ ।  ତାଙ୍କର ୯୪ତମ ଜୟନ୍ତୀ ଅବସରରେ ପାକ୍ଷିକ ପତ୍ରିକା କୋଶଲଟାଇମର ଆୟୋଜନରେ ଅନୁଷ୍ଠିତ ସଭାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଡଃ ବିଧୁଭୂଷଣ ମିଶ୍ର  ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ଇଳା ପଣ୍ଡାଙ୍କ ବହୁମୁଖୀ ପ୍ରତିଭାର ଅବତାରଣା ସହ କଟାପାଲି ଗ୍ରାମର  କଳା ଓ ଶିକ୍ଷା ତଥା ସଂସ୍କୃତିର ଉନ୍ନତି ପଛରେ ଇଳା ପଣ୍ଡାଙ୍କର ଜନ୍ମମାଟି ପ୍ରତି ପ୍ରେମ ଓ କର୍ତ୍ତବ୍ଯନିଷ୍ଠତା ବିଷୟରେ ପ୍ରକାଶ କରିଥିଲେ । କ୍ରୀଡା କ୍ଷେତ୍ରରେ ଏକଲବ୍ଯପୁରସ୍କାରଏକ ମାଇଲଖୁଣ୍ଟ ରୂପେ କ୍ରୀଡାପ୍ରେମୀଙ୍କୁ ପ୍ରେରଣା ଦେଇଆସୁଥିବା କଥା ମଧ୍ଯ ସେ ପ୍ରକାଶ କରିବା ସହ ଏହି ମହୀୟସୀଙ୍କ ଜୟନ୍ତୀ ସଭାରେ ସମ୍ମିଳିତ ହୋଇ ନିଜର ଆନନ୍ଦ ପ୍ରକାଶ କରିଥିଲେ ।  ସଭାରେ ମୁଖ୍ଯବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ତରଣୀସେନ ବୁଧିଆ  ବରଗଡ ଜିଲ୍ଳାର ଶିକ୍ଷା ଓ କଳାର ଉନ୍ନତି ପାଇଁ ଇଳା ପଣ୍ଡାଙ୍କର ପ୍ରତିବଦ୍ଧ ଉଦ୍ଯମ ବିଷୟରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ସୁସାହିତ୍ଯିକ ମନୋରଞ୍ଜନ ମେହେର ଇଳା ପଣ୍ଡାଙ୍କର ସାହିତ୍ଯ ସଂଗୀତ କଳା କ୍ରୀଡା ଓ ସମାଜସେବା ପ୍ରତି ଅନୁରାଗ ଏବଂ ଅବଦାନ ବିଷୟରେ ବିଶଦ୍ ଭାବରେ ବକ୍ତବ୍ଯ ଉପସ୍ଥାପନ କରିଥିଲେ ।  ସଭାକାର୍ଯ୍ଯର ପ୍ରାରମ୍ଭରେ ଅତିଥି ଆମନ୍ତ୍ରଣ ଏବଂ ସଭାର ଉଦ୍ଦେଶ୍ଯଜ୍ଞାପନ କରିଥିଲେ କୋଶଲଟାଇମର ସଂପାଦକ ସଞ୍ଜୀବ କୁମାର ମହାପାତ୍ର  । ବରଗଡ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଛାତ୍ରୀ ଶ୍ରଦ୍ଧା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ ସହ ସଂକ୍ଷିପ୍ତ ବକ୍ତବ୍ଯ ଉପସ୍ଥାପନ କରିଥିଲେ । ସଭାକୁ ସୁଧାମୟ ସଂଗୀତରେ ସମୃଦ୍ଧ କରିଥିଲେ ଏ ଅଞ୍ଚଳର ବରିଷ୍ଠ କଣ୍ଠଶିଳ୍ପୀ ଦଧିବାମନ ଶତପଥୀ । ଆନ୍ତଃରାଜ୍ଯ ସଂଚାର କଳାକାର ଅଲେଖ ସାହୁ ସୋହେଲା ବ୍ଲକର ଲେଖାପଥରଠାରେ ସଂଚାର ଗାୟକ ବାଦକ ସଂଘ ପ୍ରତିଷ୍ଠା ପାଇଁ ଇଳା ପଣ୍ଡା ଦେଇଥିବା ଅର୍ଥ ସହାୟତା କଥା ଉଲ୍ଲେଖ କରି ଇଳା ପଣ୍ଡା ଯେଉଁ ଗୀତ ତାଙ୍କୁ ଦୁଇ ଥର ଗାଇବା ପାଇଁ ଫରମାଇସ୍ କରିଥିଲେ ସେହି ଗୀତକୁ ଗାନ କରିଥିଲେ ।  କଣ୍ଠଶିଳ୍ପୀ ଦଧିବାମନ ଶତପଥୀ ଓ ସଂଚାର କଳାକାର ଅଲେଖ ସାହୁଙ୍କ ସମେତ ବିଶିଷ୍ଟ ମାଉଥ୍ ଅର୍ଗାନ୍ କଳାକାର ପ୍ରଦୀପ ପଧାନ, ପ୍ରଖ୍ୟାତ ବଂଶୀବାଦକ ମୀନକେତନ ଭୋଇ, ପାଲା କଳାକାର ନାରାୟଣ ପଟେଲଙ୍କୁ ଇଳାପଣ୍ଡା ସ୍ମାରକୀ କଳାସମ୍ମାନରେ ସମ୍ମାନିତ କରାଯାଇଥିଲା । ଲରମ୍ଭା କଲେଜର ଅଧ୍ୟକ୍ଷ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହ୍ ସଭାରେ ଡଃ ଗୋବର୍ଦ୍ଧନ ସାହୁ, ଅଧ୍ଯାପକ ସନ୍ତୋଷ କୁମାର ପଣ୍ଡା, ପାଣ୍ଡବ ବେହେରା, ସମାଜସେବୀ ଶିବାନନ୍ଦ ମଟାରୀ, ଲୁଲୁ ରବିନ୍ ଦାଶ ଓ ଆହୁରି ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like