-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
27-Oct-2024
ବୌଦ୍ଧ/ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ)ହରଭଙ୍ଗା ଥାନା ଅନ୍ତର୍ଗତ ସଗଡ଼ିଆ ନାଳ ରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ । ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ହରଭଙ୍ଗା ପୋଲିସ । ଶବ ର ପରିଚୟ ମିଳି ନଥିବା ବେଳେ କେହି ହତ୍ୟା କରି
ଯୁବକଙ୍କୁ ପାଣିରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ସୂଚନାମୁତାବକ ଆଜି ସକାଳୁ ହରଭଙ୍ଗା ଗାଁ ର କିଛି ଲୋକ ଶଗଡ଼ିଆ ନାଳକୁ ଗାଧୋଇବା ପାଇଁ ଗଲା ବେଳେ ନାଳ ରେ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ହରଭଙ୍ଗା ଥାନାକୁ ସୂଚନା ଦେଇଥିଲେ । ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା କେଉଁ ପରିସ୍ଥିତିରେ କିଭଳି ହତ୍ୟା କଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ସେପଟେ ଘଟଣା ସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ ଟିମ ।