-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2024
ସୁବର୍ଣ୍ଣପୁର -( ମନୋରଞ୍ଜନ ତ୍ରିପାଠୀ )
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ସୋନପୁର ଜିଲ୍ଲା ଦେଇ ବରଗଡ଼କୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଗାଡି ସହ ୩୯. ୪୪୦ କେଜି ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ। ଧଉଡାଖମନ୍ ମେଟାକାନୀ ଛକ ନିକଟରେ ଗଞ୍ଜେଇ ଗାଡିକୁ ଜବତ କରିବା ସହ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳର ବିଶିକେଶନ କାଲସାଏ ଓ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଅଞ୍ଚଳର ସୁଶିଳ ଦିଗାଲକୁ ଗିରଫ କରିବା ସହ କେଶ୍ ନମ୍ବର 340/23-10-24 U/s-(b)(ii)c/25/29/NDPS ଧାରା ରେ ଏ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ସେହିପରି ଉଲୁଣ୍ଡା ପୋଲିସ ଦ୍ବାରା ଗତ କାଲି ୨୪-୧୦-୨୪ ରେ ସମ୍ବଲପୁର କୁ ଗଞ୍ଜେଇ ଚାଲାଣ କରୁଥିବା ନାଗପୁର ଧନ ରାଜ ହରିଦାସ ୟୁରିକର ଠାରୁ ଉଲୁଣ୍ଡା ପୋଲିସ ପଣ୍ଡକିଟାଲ ଛକ ରେ ଜବତ କରିଛି l ଓ ଉଲୁଣ୍ଡା ପି ଏସ କେଶ୍ ନମ୍ବର ୧୮୫/ ୨୪-୧୦-୨୪ U/S- (B) (ii) c/ ୨୫/୨୯/ ndps ଧାରା ରେ ଅଭିଯୁକ୍ତ କୁ ଗିରଫ କରିଛି l