-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ନଳୀନି ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ଦୁଇ ଜଣ ଆନ୍ତଃ ରାଜ୍ୟ ଚୋରା ଚାଲାଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ସୋନପୁର - ବୌଦ୍ଧ ରାସ୍ତାରେ ଯାଞ୍ଚ କରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ଫୋର୍ଡ୍ ଇକୋ ସ୍ପୋର୍ଟ କାର କୁ ଅଟକାଇ ଯାଞ୍ଚ କରିବାରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ପଶ୍ଚିମବଙ୍ଗର ଦୁଇ ବେପାରୀ ଛୋଟାନା ସାହିଲ ଓ ତାର ଭାଇ ସମିର ସାହିଲକୁ ଗିରଫ କରିଛି ଅବକାରୀ ବିଭାଗ। ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ସେମାନେ ଗଞ୍ଜେଇ ନେଇ ଆସୁଥିବା ସମୟରେ ଅବକାରୀ କର୍ମଚାରୀମାନେ ନଳିନୀ ଛକ ପାଖରେ ଏହି ଚଢାଉ କରିଥିଲେ। ତେବେ ଆଜି ସଂଧ୍ୟାରେ ଦୁଇ ଅଭିଯୁକ୍ତକୁ କୋର୍ଟ ଚଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।