-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
20-Oct-2024
ରାଜଖଡ଼ିଆଳ:(ନିରଞ୍ଜନ ତ୍ରିପାଠୀ)- ରାଜଖଡ଼ିଆଳ ଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଦ୍ବାରା ଅନୁଷ୍ଠିତ ସାହିତ୍ୟ ମହାକୁମ୍ଭରେ ବରଗଡ଼ ଜିଲ୍ଲା ପଦ୍ମପୁରର ସୁସାହିତ୍ୟିକ, ମାନସିଂହ ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ତଥା ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଶ୍ରେଷ୍ଠ ସେବାଶ୍ରୀ ସମ୍ମାନ -୨୦୨୪ ସମ୍ମାନରେ ସମ୍ମାନୀତ କରାଯାଇଛି । ପୂର୍ବରୁ ଶ୍ରୀ ବେହେରା, ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ବରଗଡ଼ ଜିଲ୍ଲାରୁ ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ, ମାଲକାନଗିରି ଜିଲାରୁ ମାଲ୍ୟବନ୍ତଶ୍ରୀ ସମ୍ମାନ, କୋରାପୁଟ ଜିଲ୍ଲାରୁ ମାଟିଲଗ୍ନାଶ୍ରୀ ସମ୍ମାନ, ପୁରୀ ଜିଲ୍ଲାରୁ ମାନସିଂହ ସ୍ମୃତି ସମ୍ମାନ- ୨୦୨୦, ଗଞ୍ଜାମ ଜିଲ୍ଲାରୁ ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ, ବାଲେଶ୍ଵର ନେସନାଲ ପ୍ରୋଗ୍ରେସ ଗ୍ରୁପରୁ ପଶ୍ଚିମାଞ୍ଚଳ ସାହିତ୍ୟ ଜ୍ୟୋତି, ସମ୍ବଲପୁର ଜିଲ୍ଲାରୁ ରାଜ୍ୟସ୍ତରୀୟ ସାହିତ୍ୟ ସାଧକ, ବଲାଙ୍ଗୀର ଜିଲ୍ଲାରୁ ଶ୍ରେଷ୍ଠ ସାହିତ୍ୟିକ ସମ୍ମାନ ଆଦି ବହୁ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି ।