-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲାରେ ମେଗା ଲିଫ୍ଟ ଅଚଳ ତରଭା ବ୍ଲକରେ ତାତିଲେ ଚାଷୀ*- *ମିଡିଆ ଙ୍କ ପ୍ରଶ୍ନ ବାଣ ରେ ସି ଡି ଇ ଓ, ଏସ ଡି ଓ ହେଲେ ଝାଳ ନାଳ*-

19-Oct-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) କୃଷି ଭିତ୍ତିକ ସୁବର୍ଣ୍ଣପୁର ଜିଲ୍ଲାରେ ଦୀର୍ଘ ବର୍ଷରୁ ଖାଲି ପଡିଛି ବୃହତ ଉଠା ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀ। ଶିକାର ହେଉଛନ୍ତି ଚାଷୀ। ସେପଟେ ଚାଲିଛି କୋଟି କୋଟି ଟଙ୍କା ପ୍ରକଳ୍ପ କାମ କିନ୍ତୁ ଜମିକୁ ଆସୁନି ପାଣି। ନେତା, ଅଫିସର ଓ ଠିକାଦାର ହେଉଛନ୍ତି ମାଲା ମାଲ୍। ଏହା ହେଉଛି ଦୁର୍ନୀତି ର ଏକ ଛୋଟ ଝଲକ୍ l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ତାତିଲେ ଚାଷୀ। ବୃହତ ଉଠା ଜଳସେଚନ ପ୍ରକଳ୍ପରେ ଚାଷୀଙ୍କୁ ପାଣି ଦିଅ ନଚେତ ଏହାକୁ ବାତିଲ କରିବା ଦାବିରେ ଶୁକ୍ରବାର ତରଭା-କଣ୍ଟାମାଳ ରାସ୍ତାର ଗୁଞ୍ଜିମୁଣ୍ଡା ଛକରେ ଚାଷୀଙ୍କ ରାସ୍ତାରୋକ ଫଳରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସହିତ ଯାତାୟତ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକ ହଇରାଣ ହୋଇଛନ୍ତି।  ୨୦୧୯ ଆର୍ଥିକ ବର୍ଷରେ ତରଭା ବ୍ଲକ ମରାଡୁଗୋଚ୍ଛା ପଞ୍ଚାୟତ ଗୁର୍ଜିମୁଣ୍ଡା ନିକଟରେ ପ୍ରାୟ ୮ଶହ ୩୦ହେକ୍ଟର ଚାଷ ଜମିକୁ ଜଳ ସେଚନ ପାଇଁ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏଲଏଣ୍ଟଟି କମ୍ପାନୀ ଦ୍ବାରା ନିର୍ମାଣ ହୋଇଥିଲା। କିନ୍ତୁ ନେତା,ଅଫିସର, ଯନ୍ତ୍ରୀ ଏବଂ ଠିକାଦାରଙ୍କ ଦୂରଦୃଷ୍ଟି ଅଭାବ ଓ ଲାଭଖୋର ମନୋବୃତ୍ତି ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଚାଷୀ ପାଣି ପାଉ ନ ଥିବାରୁ ବର୍ତ୍ତମାନ ଅଞ୍ଚଳରେ ଭୟାବହ ମରୁଡି ଦେଖାଦେଇଛି। ଏ ନେଇ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଶୁକ୍ରବାର ଦିନ ଚାଷୀ ମାନେ ରାସ୍ତାର ଗୁଞ୍ଜିମୁଣ୍ଡା ଛକରେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ତରଭା ତହସିଲଦାର ତୁଳା ମୁଦୁଲି ଉଠା ଜଳସେଚନ ବିଭାଗୀୟ ଯନ୍ତ୍ରୀ ରବିନାରାୟଣ ମେହେର, ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଞ୍ଚି ଚାଷୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ। ମେଗା ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକ୍ଷମ ବେଳେ କାମ ଠିକ ଭାବେ କରାଇବା ପାଇଁ ଚାଷୀମାନେ ଆନ୍ଦୋଳନ କରିଥିବା ବେଳେ ତତ୍କାଳୀନ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପ୍ରକଳ୍ପ ପରିଦର୍ଶନରେ ଆସି ପ୍ରକଳ୍ପ ତ୍ରୁଟିପୂର୍ଣ୍ଣ ଭାବରେ ନିର୍ମାଣ ହୋଇଛି, ପ୍ରକଳ୍ପ ସମ୍ପୂର୍ଣ ଭାବରେ ଫେଲ ବୋଲି ସୂଚନା ଦେଇଥିଲେ। ହେଲେ କେଉଁ କାରଣରୁ ନିର୍ମାଣକାରୀ ସଂସ୍ଥା ପ୍ରତି ଏତେ ଅନୁକମ୍ପା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ପ୍ରକଳ୍ପ ସମସ୍ୟା ନେଇ ଗତ ୧୪ ତାରିଖରେ ତରଭା ବ୍ଲକରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ଯ ଚାଷୀମାନେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜଣାଇଥିଲେ। ପ୍ରକଳ୍ପ ଫେଲ ବୋଲି ରିପୋର୍ଟ ଦିଆଯାଉ ନଚେତ ଚାଷୀଙ୍କୁ ଜଳ ଯୋଗାଣ କରାଯାଉ ବୋଲି ଚାଷୀମାନେ ଜିଦରେ ଅଟଳ ରହିଛନ୍ତି। ଆନ୍ଦୋଳନରେ ପୂର୍ବତନ ସମିତି ସଭ୍ୟ ତ‌ଥା ଚାଷୀ ନେତା ମିତ୍ରବ୍ରତ ମିଶ୍ର, ସରପଞ୍ଚ ମନମୋହନ ସାହୁ ଓ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଚାଷୀ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ପ୍ରଶାସନିକ ଅଧିକାରୀ ସି ଡି ଇ ଓ ଅଶ୍ଵିନୀ ମେହେର ଓ ବିଭାଗୀୟ ଏସ ଡି ଓ ଆଜି ସ୍ପଟ୍ ପରିଦର୍ଶନ କରି ଫେରିଲା ବେଳେ ମିଡ଼ିଆ ଓ ସଧାରଣ ଲୋକ ଙ୍କ ପ୍ରଶ୍ନ ବାଣ ରେ ଘାଇଲା ହୋଇଥିବା ଝାଳ ନାଳ ହୋଇଥିବା ବିଷୟ ଜିଲ୍ଲା ସାରା ଚର୍ଚ୍ଚା ହେଉଛି l


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like