-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
19-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ରାଣା ପ୍ରତାପ ସ୍କୁଲ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶନିବାର ଲୋକ କଳା ଓ ଲୋକ ସଂସ୍କୃତି ଆମ ପରିଚୟ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ସଂସଦ ର ସଭାନେତ୍ରୀ ଛାତ୍ରୀ ରେଣୁକା ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକମ ରେ ଅମ୍ବାଭୋନା ବ୍ଲକ ଝାରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ବୋଧକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଲୋକ କଳା ଓ ସଂସ୍କୃତି ଆମ ପାଇଁ ଗୌରବ ବୋଲି ଉଲ୍ଲେଖ କରି ଲୋକ କଳା କୁ ବଞ୍ଚାଇ ରଖିବା ପାଇଁ ଆହ୍ବାନ ଦେଇଥିଲେ । ବରିଷ୍ଟ ସଦସ୍ୟା ଛାତ୍ରୀ ସାଲିନୀ ଶା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଦେବାନନ୍ଦ ସର୍ଭଙ୍ଗ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ସମ୍ପାଦିକା ଅଶ୍ଳେଷା ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।