-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଏକ ନିଆରା ଉତ୍ସବ ଛେଲିଆପାଟ ମହୋତ୍ସବ

19-Oct-2024



ଭରସୁଜା:(ନିରଞ୍ଜନ ତ୍ରିପାଠୀ)-ବଲାଙ୍ଗୀର ଜିଲ୍ଲା ଭରସୁଜା ଠାରେ  ଷଷ୍ଠତମ ମାଁ ଛେଲିଆପାଟ ମହୋତ୍ସବ ଉଦଯାପିତ ହୋଇଯାଇଛି। ଛେଲିଆ ପାହାଡ଼ ରେ ମାଁ ଛେଲିଆପାଟଙ୍କ ପୂଜା ଆରମ୍ଭ ହୋଇଥାଏ ।ଏହି ପୂଜା ପୁଅଜିଉଁତିଆ ଦିନରୁ ଆରମ୍ଭ ହୁଏ ଷୋହଳ ପୂଜା ଓ ଏହା ଦଶହରା ପୂର୍ଣ୍ଣିମା ଦିନରୁ ତିନି ଦିନ ଧରି ମାଁ ଛେଲିଆପାଟଙ୍କ ବଇଲ୍ ଯାତରା ହୋଇଥାଏ ତତ୍ ସଙ୍ଗେ ସଙ୍ଗେ ମାଁ ଛେଲିଆପାଟ ମହୋତ୍ସବ ପାଳନ ହୋଇଥାଏ।ମାଁ ଛେଲିଆପାଟଙ୍କ ବଇଲ୍ ଯାତରାରେ ଏକ ନିଆରା ଦେଖିବାକୁ ମିଳିଥାଏ। ଛେଳିଆ ପାହାଡ଼ ବା ଡଙ୍ଗରରୁ ମାଁ ଛେଲିଆପାଟ ଦେବୀ ବଇଲ୍ ନାଚି ନାଚି ମାଁ ଛେଲିଆପାଟ ମନ୍ଦିର ଭରସୁଜା ପର୍ଯ୍ୟନ୍ତ ଆସିଥାନ୍ତି। ଦେବୀଙ୍କଠାରେ ଝାଁକର ଘରରୁ ଦେବୀ ପାଇଁ ପୂଜା ଭାର ଆଉ ଛତର ବୈରକ ମନ୍ଦିରକେ ଆସିଥାଏ। ଝାଁକର୍ ବା ଦେହେରି ପୂଜା ସାରିବା ପରେ ଏକ ନିଆରା ଦେଖିବାକୁ ମିଳିଥାଏ। ଦେବୀ ପୂଜାରେ ଝାକର ପୂଜା କରନ୍ତି କିନ୍ତୁ ମାଁ ଛେଲିଆପାଟଙ୍କ ପୂଜା କୁଳ ପୁରୋହିତ କରନ୍ତି।ଏହି ପୂଜା ପୁରୋହିତ ଅନନ୍ତ ମିଶ୍ର କରିଥିଲେ ଓ  ମାଁ ଛେଲିଆପାଟଙ୍କ ପୂଜାରେ ସାତଟି ଜୁଗାର,ସାତଟି ଲିଆ ଲଡୁ,ବେଲ ପତ୍ର, କଳା ଦହନା, ଏବଂ ମାଁ ଛେଲିଆପାଟଙ୍କ କୁରାଢ଼ି,ସିକିଲି ଓ ଅଣ୍ଟାରେ ଘୁଲଘୁଲା ଦେଖିବାକୁ ମିଳିଥିଲା। ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ।ମାଁ ଛେଲିଆପାଟ ବଇଲ୍ ଗ୍ରାମ ପରିକ୍ରମା କରିଥାନ୍ତି ଓ ସମସ୍ତଙ୍କ ଆକୁଳ ନିବେଦନ ଶୁଣିଥାନ୍ତି । ଏ ବର୍ଷ ୧୬.୧୦.୨୦୨୪ ରେ ବଇଲ୍ ଯାତରା ହୋଇଥିବା ବେଳେ ୧୭ ଓ ୧୮.୧୦.୨୦୨୪ ରେ ଷଷ୍ଠତମ ମାଁ ଛେଲିଆପାଟ ମହୋତ୍ସବ ପାଳନ ହୋଇଯାଇଅଛି। ଏହି ମହୋତ୍ସବର ଆବାହକ ପୂର୍ବତନ ଯୁବ ସରପଞ୍ଚ ତଥା ସମାଜସେବୀ ଗଣେଶ ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଷଷ୍ଠତମ ମାଁ ଛେଲିଆପାଟ ମହୋତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସମ୍ମାନୀତ ଅତିଥି ମାନ୍ୟବର ଦିଗପହଣ୍ଡି ବିଧାୟକ ତଥା ସିନେଜଗତର ଜଣେ ବରିଷ୍ଠ ଅଭିନେତା ସିର୍ଦ୍ଧାନ୍ତ ମହାପାତ୍ର, ଲଲିତ ସାହୁ ମଞ୍ଚାସୀନ ଥିବା ବେଳେ ସଭାରେ ଛେଲିଆପାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ସାହୁ ସଭାପତିତ୍ବ କରିଥିଲେ ଓ ସନତ ଦଲାଇ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମହାପାତ୍ର ପଶ୍ଚିମ ଓଡିଶାର କୃଷି ଓ କଳା ସଂସ୍କୃତିକୁ ଭୂଶୟୀ ପ୍ରଶଂସା କରିଥିବା ବେଳେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ମହାଲିଙ୍ଗ ଏ ଅଞ୍ଚଳର ବିକାଶ ତଥା ଏହି ମହୋତ୍ସବ ରାଜ୍ୟସ୍ତରୀୟ ମାନ୍ୟତା ପାଇଁ ସରକାର ପଦକ୍ଷେପ ନେବେ ବୋଲି ମତବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଏହି ମହୋତ୍ସବର  କାର୍ଯ୍ୟକ୍ରମରେ ଭରସୁଜାର ସମସ୍ତ ଗୁରୁଜନ, ଗ୍ରାମବାସୀ, ମାତୃ ମଣ୍ଡଳୀ, ଛାତ୍ରଛାତ୍ରୀ ଓ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗ ରହିଛି ବୋଲି  ସମାଜ ସେବୀ ପାଣ୍ଡବ ପୁଟେଲ ମତ ରଖିଥିଲେ ଓ ସାତ ବର୍ଷ ଏହି ମାଁ ଛେଲିଆପାଟ ଦେବୀଙ୍କ ବଇଲ୍ ନ ଆସିଥିବା ଯୋଗୁଁ ଅଞ୍ଚଳ ବାସୀଙ୍କ ମନରେ ଦୁଃଖ ଜାତ ହୋଇଥିଲା ବୋଲି ମତ ଦେଇଥିଲେ। ମାଁ ଛେଲିଆପାଟଙ୍କ ଅଲୌକିକ ଶକ୍ତି ଓ ଛେଲିଆ ପାହାଡ଼ ଏକ ପ୍ରାକୃତିକ ଶୋଭାମଣ୍ଡନ କରୁଥିବା ଦର୍ଶନୀୟ ସ୍ଥାନ ଓ ଆଗାମୀ ଦିନରେ ଏକ ବିଶିଷ୍ଟ ଐତିହାସିକ ସ୍ଥଳୀ ହେବ ବୋଲି ଅଧ୍ୟାପକ ସଞ୍ଜୟ ବାରିକ ପୂର୍ବାନୁମାନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like