-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
19-Oct-2024
ହରଭଙ୍ଗା(ଦେବବ୍ରତ ଦାସ): ବିଷାକ୍ତ ସାପ କାମୁଡ଼ା ରେ ବାପ ଝିଅ ର ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଠିଡ଼ିକାଜୋର ଗ୍ରାମର ସୁଶାନ୍ତ କଂହର (୪୮)ଓ ତାଙ୍କ ଝିଅ ପ୍ରୀତି କଂହର(୧୬) ରାତିରେ ଖାଇ ସାରି ଶୋଇଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା।ଫଳରେ ଦୁହେଁ ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥା ରେ ଫୁଲବାଣୀ ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତରଖାନା ରେ ପହଂଚିବା କ୍ଷଣି ଝିଅ ଟି ମୃତ୍ୟୁ ହୋଇଥିଲା। କିନ୍ତୁ ବାପାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କିଛି ସମୟ ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ବାପା ସୁଶାନ୍ତ କଂହର ପେସା ରେ ଜଣେ ଶିକ୍ଷକ ଓ ସେ ମାର୍ଡିଙ୍ଗ ସ୍କୁଲ ରେ ଶିକ୍ଷକତା କରୁଥିଲେ। ଝିଅ ପ୍ରୀତି କଂହର ଆଦର୍ଶ ବିଦ୍ୟାଳୟ ମଣିପୁର ରୁ ଦଶମ ଶ୍ରେଣୀ ପାସ କରିବା ପରେ ଗଣିଆ ର ଏକ ଘରୋଇ ଶିକ୍ଷାନୁଷ୍ଠାନ ରେ ଦ୍ୱାଦଶ ରେ ଦ୍ୱିତୀୟ ବର୍ଷ ର ଛାତ୍ରୀ ଥିଲେ। ଦଶହରା ଛୁଟି ରେ ସେ ଘରକୁ ଆସିଥିଲେ। ବିଶେଷ କରି ପ୍ରଶାନ୍ତ କଂହର ଜଣେ ଈଶ୍ୱର ବିଶ୍ୱାସୀ ଓ ମେଳାପୀ ଶିକ୍ଷକ ଥିବାରୁ ଶିକ୍ଷକ ଙ୍କ ମହଲ ରେ ତଥା ଅଞ୍ଚଳ ରେ ଉଭୟ ବାପ ଝିଅ ଙ୍କ ମୃତ୍ୟୁ କୁ ନେଇ ଏକ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି।ଉଭୟ ଙ୍କୁ ସରକାର ଙ୍କ ତରଫରୁ ଆବଶ୍ୟକ କ୍ଷତି ପୁରଣ ପାଇଁ ଅଞ୍ଚଳବାସୀଙ୍କ ଦାବୀ ହେଉଛି।