-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ରେଞ୍ଜ୍ ରେ ପୁଣି ଏକ ଦନ୍ତାର ମୃତ୍ୟୁ ! ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର

13-Oct-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ସଦର ରେଞ୍ଜ୍ ରେ ଗତକାଲି ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ସୁଲିଆ ଓ ଭୀମଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ପୁରୁଣାପାଣି ଗ୍ରାମ ନିକଟସ୍ଥ ସୁଲିଆ ଘାଟୀରେ ବନବିଭାଗ ଠାବ କରିଥିବା ଏହି ହାତୀଟିର ମୃତ୍ୟୁ ଦୁଇଦିନ ତଳେ ଘଟିଥିବା ଅନୁମାନ କରାଯାଉଛି । ଏହି ମୃତ ଅଣ୍ଡିରା ଦନ୍ତା ହାତୀଟିର ବୟସ ୪୫ ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବନବିଭାଗର ଅନୁମାନରୁ ପ୍ରକାଶ । ତେଣୁ ହାତୀଟିର ମୃତ୍ୟୁ ବୟସାଧିକ୍ୟ ହେତୁ ସ୍ବାଭାବିକ୍ ବୋଲି ଏହି ସୂତ୍ରରୁ ପ୍ରକାଶ । ତେବେ ଶବବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିପାରିବ । 

ଉଲ୍ଲେଖନୀୟ ଯେ, ବନ୍ୟପ୍ରାଣୀ ସପ୍ତାହରେ ଗତ ୮ ତାରିଖରେ ଏହି ରେଞ୍ଜ୍ ର ମଠଖାଇ ସଂରକ୍ଷିତ ଜଙ୍ଗଲର ଅସୁରଡୁଙ୍ଗୁରି ଗ୍ରାମ ନିକଟରେ ମିଳିଥିବା ଅଣ୍ଡିରା ଦନ୍ତାହାତୀଟିର ଗଳିତ ମୃତଦେହକୁ ଦେଖି ପ୍ରଥମେ ବିଭିଗ ପକ୍ଷରୁ ତାହାକୁ ମଧ୍ୟ ସ୍ବାଭାବିକ ମୃତ୍ୟୁ ବା ସଂକ୍ରମଣରୁ ମୃତ୍ୟୁ ବୋଲି କହିଥିଲା ।  ଗଣମାଧ୍ୟମରେ ମଧ୍ୟ ଏହାକୁ ହାତୀଦାନ୍ତ ତସ୍କରୀର ଭ୍ରମରେ 'ଦାନ୍ତ ପାଇଁ ଦନ୍ତା ହତ୍ୟା' ବୋଲି ରୋଚକ ଶୈଳୀର ଖବର ପ୍ରକାଶ ପାଇବା ପରେ ତଦନ୍ତରେ ଗ୍ରାମର ୫ ଜଣଙ୍କୁ ଗିରଫ କରାଯାଇ ଗତକାଲି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସେଇ ଅସୁରଡୁଙ୍ଗୁରୀ ଗ୍ରାମର ଅନି ମାଝୀ (୪୫), ପଦୁଁ ମାଝୀ (୨୦), ତରଣୀ ମାଝୀ (୨୫ ), ଲବ ଭୁଏ (୨୫) ଓ ସରୋଜ ବରିହା ( ୨୩ ) । ସେମାନେ ଜଙ୍ଗଲୀ ବାର୍ହା ମାରିବାକୁ କିଛିଦୂରରୁ ବିଦ୍ୟୁତ୍ ସବ୍ ଷ୍ଟେସନରୁ ଚୋରା ତାର ଲମ୍ବାଇଥିବା ଓ ସେଥିରେ ହାତୀଟି ଲାଗିଯାଇ ମୃତ୍ୟୁବରଣ କରିଥିବା ସ୍ବୀକାର କରିଥିବା ବନବିଭାଗ ସୂତ୍ରରୁ ପ୍ରକାଶ । ତେବେ ମୃତହାତୀଟିର ଦୁଇଟିଦାନ୍ତରୁ ଗୋଟିଏ ଦାନ୍ତ କେହି କାଟିନେଇଥିବା ଓ ଅଦ୍ୟାବଧି ଏହା ଧରାଯାଇ ପାରିନାହିଁ । 

ଏଠାରେ ଗୁରୁତର ବିଷୟ ଏହି ଯେ , ହାତୀଙ୍କର ଗତିବିଧି ତଦାରଖ କରିବାକୁ ସରକାରୀ ଅର୍ଥରେ ଏଲିଫ୍ୟାଣ୍ଟ୍ ଟ୍ରାକର ମାନଙ୍କୁ ନିୟୋଜିତ କରାଯାଇଛି । ବିଡମ୍ବନାର ବିଷୟ ଯେ ଏମାନଙ୍କୁ ବିଭାଗୀୟ ଅଧିକାରୀଙ୍କ ଘରୋଇଚାକର ଭାବରେ ବେଠି ଖଟିବାକୁ ପଡୁଛି  l ହାତୀଟ୍ରାକର , ପାରାଷ୍ଟାଫ୍ ଓ ଅସ୍ଥାୟୀ କର୍ମଚାରୀଙ୍କୁ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ଅବୈଧ ଘରୋଇ ସେବାର ଅଭିଯୋଗ ବହୁଦିନରୁ ହୋଇ ଆସୁଥିବା ସତ୍ତ୍ୱେ , ସରକାର ଏହାକୁ କର୍ଣ୍ଣପାତ ସୁଦ୍ଧା ନ କରିବା କ୍ଷୋଭର ବିଷୟ l ଏଣୁ ଜଙ୍ଗଲରେ ହାତୀଙ୍କର ଗତିବିଧି ଦେଖିବାକୁ କେହିନାହିଁ । ଓଲଟା ଉପରଠାଉରିଆ ଭାବରେ ରିପୋର୍ଟଟିଏ କରିଦେଇ ତଳିଆ କର୍ମଚାରୀମାନେ ନିଶ୍ଚିନ୍ତ । ଉପରୋକ୍ତ ମାତ୍ର ୪ ଦିନ ଅନ୍ତରରେ ଦୁଇଟି ହାତୀଙ୍କର ମୃତ୍ୟୁ ପୂର୍ବରୁ ଏଇ ହାତୀମାନେ ସୁସ୍ଥ ଥାଇ ବୁଲୁଥିବା ବନରକ୍ଷୀମାନେ ରିପୋର୍ଟ କରିଥିବା ବେଳକୁ ସେହି ଦୁଇଟି ପ୍ରାଣୀଙ୍କର ମୃତ୍ୟୁ ଘଟିସାରି ମୃତଦେହ ପଚି ଯାଇଥିଲା।

ଆହୁରି ମଧ୍ୟ ବିଦ୍ୟୁତ୍ ବିଭାଗର ଏ ଦିଗରେ ଚରମ ଦାୟିତ୍ୱହୀନତା ଲକ୍ଷ୍ୟ କରାଯାଇଛି । ପ୍ରଥମ ଅସୁରଡୁଙ୍ଗୁରିର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତାଙ୍କର କିଛି ଦୋଷ ନଥିବା ସଫେଇ ଦେଇ ଫେରି ଆଆସିଥିଲେ l ସର୍ବୋପରି ବଲାଙ୍ଗୀର ବନଖଣ୍ଡ ସମେତ ଅନଗୁଳ ତଥା ସାରାରାଜ୍ୟରେ ଚୋରା ବିଦ୍ୟୁତ୍ ତାର ଫାଶରେ ବାର୍ହା ଓ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇଥିବା ଚିନ୍ତାଜନକ କଥା l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like