-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
11-Oct-2024
କଣ୍ଟାବାଞ୍ଜି: ପାର୍ବଣ ଋତୁର ନବମୀ ତିଥିରେ ତୁରେକେଲା ବ୍ଳକ ଅନ୍ତର୍ଗତ ମହଖଣ୍ଡ ଗ୍ରାମ ପଞ୍ଚାୟତର ମା ବନଦୁର୍ଗା ମନ୍ଦିର ପରିସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଶିଶୁ ସାହିତ୍ୟିକ ତଥା ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମର ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ବିଷ୍ଣୁ ପ୍ରସାଦ ଶର୍ମା, ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଥମିର ଛତ୍ରିଆ, ନୀଳାମ୍ବର ସଗ୍ରିଆ, ବିରଞ୍ଚି ଖର୍ସେଲ,ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ, ବୃନ୍ଦାବନ ଭୋଇ ଯୋଗ ଦେଇଥିଲେ।ବର୍ତ୍ତମାନ ସମାଜରେ ବାଳିକା ମାନଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେବା ଘଟଣା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା
ସହିତ ବାଳିକା ଶିକ୍ଷା, ବେଟି ପଢାଓ ବେଟି ବଚାଓ,ବାଲ୍ୟ ବିବାହ ଉପରେ ଉପସ୍ଥିତ ଜନ ସାଧାରଣଙ୍କ ସହିତ ଆଲୋଚନା କରାଯାଇଥିଲା।ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ଯଥା ବେଲୁନ ଫୁଙ୍କା,ବାଟି ଚାମଚ,ବୋତଲ ଓ ବଲ ଖେଳ ଖେଳେଇ ସେମାନଙ୍କ ମଧ୍ୟରେ ଚାପମୁକ୍ତ ପରିବେଶ ସୃଷ୍ଟି କରାଯାଇଥିଲା।ତାପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେମାନଙ୍କ ଭିତରେ ପଢିବା ପ୍ରବୃତ୍ତି ବୃଦ୍ଧି ପାଇଁ ଶିଶୁ ପତ୍ରିକା ବଣ୍ଟନ କରାଯାଇଥିଲା।ନିର୍ଝରିଣୀର ଏଭଳି ପ୍ରୟାସକୁ ଉପସ୍ଥିତ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ।