-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ସହର ସ୍ଥିତ ଜର୍ଜ ଉଚ୍ଚ ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ବରଗଡ଼ ବ୍ଲକ ର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୪-୨୫ ଦେବାକୁ ଥିବା ୫୦ ଜଣ ଦୀପ୍ତିମାନ ବାଳକଙ୍କ ଉଦ୍ଦେଶ୍ୟରେ "Ignited 50 - Block Level Students Enrichment Programme" ନାମକ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏ.ଡି.ଏମ୍ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଉପ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ଯୋତିକାନ୍ତ ସାହୁ, ଜର୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତି ସୁନା, ପ୍ରବୀଣ ସାମ୍ବାଦିକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ହୋତା, ୟୁନିଅନ ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ଯୋଗଦେଇ ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ବିଷୟ ଭିତ୍ତିକ ବିଶେଷଜ୍ଞ ଶିକ୍ଷକ ଓ ଚୟନ କରାଯାଇଥିବା ସେମାନଙ୍କ ଛାତ୍ର ଛାତ୍ରୀ ମାନେ ମଧ୍ୟ ଦିଗଦର୍ଶନ ଚକ୍ରରେ ଅଂଶଗ୍ରହଣ କରି ନିଜସ୍ଵ ମତ ରଖିଥିଲେ । ପିଲାମାନେ କିଭଳି ଅଧିକରୁ ଅଧିକତର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା୨୦୨୪-୨୫ ରେ ଏ ଗ୍ରେଡ ପାଇବେ ସେଥିପ୍ରତି ଧ୍ୟାନ ଆକର୍ଷଣ କରାଯାଇଥିଲା । ଏପରିକି ପ୍ରତି ଶନିବାର ଦିନ କେତକ ସ୍କୁଲରେ ଅଭିଜ୍ଞ ଶିକ୍ଷକ ମାନଙ୍କୁ ନେଇ ପାଠ ପଢ଼ା କରାଯିବାକୁ ବରଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବିଚାର ମଧ୍ୟ କରାଯାଇଛି।ଆଜିର ଏହି ଗୁଣାତ୍ମକ ଶିକ୍ଷାଭିତ୍ତିକ ଦିଗଦର୍ଶନ ଚକ୍ରଟି ବେଶ ପ୍ରଶଂସିତ ହୋଇଛି।