-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ନୟାଗଡ଼, ( ପ୍ରଦୀପ କୁମାର ପଣ୍ଡା) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପଡ଼ା ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ଦରଦା ମା’ମହିଷାଶୁଣୀଙ୍କ ପୀଠ, କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣେଶ୍ଵର ପାଟଣା ନିକଟସ୍ଥ ମା' ଶ୍ମଶାନଚଣ୍ଡୀ, କୃଷ୍ଣଚନ୍ଦ୍ରପୁର ପାଟଣାସ୍ଥିତ ମା'ଦକ୍ଷିଣଚଣ୍ଡୀ ଏବଂ ପଥରଚକଡାସ୍ଥିତ ମା’ନାରାୟଣୀଙ୍କ ପୀଠରେ ଶାରଦୀୟ ତ୍ରୀଦିନାତ୍ମକ ଦୁର୍ଗାପୂଜା ବୁଧବାରଠାରୁ ପାରମ୍ପରିକ ରୀତିରେ ଆରମ୍ଭ ହେଉଛି । ଏହି କାର୍ଯ୍ୟକ୍ରମ ଅବସରରେ ୩ ଦିନ ଚଣ୍ଡୀପାଠ, ଚଣ୍ଡୀ ପୁରାଣ ଓ ମହାଯଜ୍ଞ ଅନୁଷ୍ଠିତ ହେବ। ଶୁକ୍ରବାର ଅପରାଜିତା ପୂଜା ଓ ଦଶହରା ଅନୁଷ୍ଠିତ ହେବ ବୋଲି ମା' ନାରାୟଣୀ ପୂଜା କମିଟି କର୍ମକର୍ତ୍ତାମାନେ କହିଛନ୍ତି। ପ୍ରକାଶ ଥାଉକି ମା' ନାରାୟଣୀ ଙ୍କ ଅପାର କରୁଣା ରୁ ମନ୍ଦିର ସାମନା ରେ ଥିବା ପୁଷ୍କରିଣୀ ରେ ସ୍ନାନ କରି ମା' ଙ୍କ ଦର୍ଶନ କଲେ ସମସ୍ତ ଚର୍ମ ରୋଗ ଭଲ ହୋଇଯାଏ ବୋଲି ଅଞ୍ଚଳବାସୀ କହୁଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଗୃହ ପାଳିତ ପଶୁ ମାନେ ନିଜର କୌଣସି ଅସୁସ୍ଥତା ଅନୁଭଵ କଲେ ଉକ୍ତ ପୁଷ୍କରିଣୀ ଜଳ ସ୍ଵତଃପ୍ରବୃତ୍ତ ଭାବେ ପାନ କରି ଆରୋଗ୍ୟ ଲାଭ କରିଥାନ୍ତି। ମନ୍ଦୀର ସେବକ ଙ୍କ ସୂଚନା ଅନୁଯାୟୀ ପଶୁ ଜନ୍ତୁ ମାନଙ୍କ ଅସୁସ୍ଥତା ଜାଣି ଯେପରି ମା' ନାରାୟଣୀ ସେମାନଙ୍କୁ ପୁଷ୍କରିଣୀ ଜଳ ସେବନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି।