-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବଲାଙ୍ଗିର(ଦେବାଶିଷବହିଦାର): ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ବ୍ଲକସ୍ତରୀୟ ସୁରଭି ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ସ୍ଥାନୀୟ ସରପଂଚ ସୁଶାନ୍ତ ଛତ୍ରିଆ, ବିଲେଇସର୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ, ସ୍କୁଲ ସଭାପତି ଚୈତନ୍ୟ ପଣ୍ଡା, ଆଲୁମନି ସଭାପତି ଅନନ୍ତ ବିଶ୍ୱାଲ ମଞ୍ଚାସୀନ ଥିଲେ l ଶିଶୁ ମାନେ ଦେଶର ଶକ୍ତି ଓ ପ୍ରଗତିର
ସୂତ୍ରଧର ଏଣୁ ଦେଶର ସାମଗ୍ରିକ ବିକାଶ ଶିଶୁ ମାନଙ୍କ ଉପରେ ନିର୍ଭର କରେ ବୋଲି ମୁଖ୍ୟ ଅତିଥି ଶ୍ରୀ ସୁନା ନିଜ ବକ୍ତବ୍ୟରେ କହିଥିଲେ । ଉତ୍ସବ ଅବସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ପ୍ରତିଯୋଗୀତାରେ ବରିଷ୍ଠ ବିଭାଗର କୁଇଜରେ ଅର୍ଚ୍ଚିତା ଡାଙ୍ଗ, ଚିତ୍ରାଙ୍କନରେ ପ୍ରତିମା ପଟେଲ, ବକ୍ତୃତାରେ ଶୋଭା ଥାଟ୍ଟି, ସୃଜନଶୀଳ ଲିଖନରେ ଆର୍ୟନ ଭୁଏ, ବିତର୍କରେ ଶ୍ରଦ୍ଧାଞ୍ଜଳି ବେହେରା, ପ୍ରବନ୍ଧରେ ମିଲି ଚିରଗୁନ, ସଙ୍ଗୀତରେ ଲିପି ଷାଣ୍ଢ ଏବଂ ଦଳଗତ ନୃତ୍ୟରେ ଲୁକାପଡା ଅପର ପ୍ରାଇମେରୀ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବିଭାଗର କୁଇଜରେ ରିୟା ପାତ୍ର, ଚିତ୍ରାଙ୍କନରେ ବାଦଲ ନାଗ, ବକ୍ତୃତାରେ ଆୟୁଷ ସଲତର, ସୃଜନଶୀଳ ଲିଖନରେ ଅଲିଶା ପ୍ରଧାନ, ଶୃତଲିଖନ ଓ ହସ୍ତାକ୍ଷର ରେ ଶୁଚିସ୍ମିତା ତ୍ରିପାଠୀ, ସଙ୍ଗୀତରେ ରୋଶନ ରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦିବ୍ୟାଙ୍ଗ କୃତି ଶିଶୁ ମାନଙ୍କ ମଧ୍ୟରେ ହୋଇଥିବା ସଙ୍ଗୀତ ପ୍ରତିଯୋଗୀତାରେ ପ୍ରିୟତମା ବାଗ ଓ ସିନିୟର ରେ ଆୟୁଷ୍ମାନ ତ୍ରିପାଠୀ, ଚିତ୍ରାଙ୍କନରେ ଅଂଶୁମାନ ବିଭାର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜରେ ତୃପ୍ତିମୟୀ ଶତପଥି, ଚିତ୍ରାଙ୍କନରେ ଜୟଶଙ୍କର ରଣା, ବିତର୍କରେ ରଶ୍ମି ରଂଜନ ଛତ୍ରିଆ, ବକ୍ତୃତାରେ ସ୍ୱତି ସମର୍ପିତା ଠେଲା, ସଙ୍ଗୀତରେ ଇତିଶ୍ରୀ ମିଶ୍ର, ପ୍ରବନ୍ଧରେ ଜ୍ୟୋତିର୍ମୟୀ ପ୍ରଧାନ, ସୃଜନଶୀଳ ଲିଖନରେ ପ୍ରତିଜ୍ଞା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପିଏମ୍ ପୋଷଣ ଚିତ୍ରକଳା ରେ କାହ୍ନା ବିଶ୍ୱାଲ ଓ ଶିଳ୍ପକଳାରେ ଅମ୍ରିତା ସାହୁ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଉଦ୍ଯାପନୀ ଉତ୍ସବରେ ପୁଇଁତଳା ବ୍ଲକ ଚେୟାରମେନ ସରୋଜ ପଧାନ ଯୋଗ ଦେଇ
ଶିଶୁ ମାନଙ୍କ ବୌଦ୍ଧିକ ଓ ମାନସୀକ ଶକ୍ତିର ବିକାଶ ନିମନ୍ତେ ସୁରଭି ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନା ନାରାୟଣ ମିଶ୍ର , ଶୈଳେନ୍ଦ୍ରୀ ପରିଡା, ଅଳକା ଦାଶ କରିଥିବା ବେଳେ ପ୍ରତିଶା ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପୁଇଁନ୍ତଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସିଆରସିସି, ବିଲେଇସର୍ଡା ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଲେଇସର୍ଡା ଗ୍ରାମବାସୀ ସହଯୋଗ କରିଥିଲେ ।