-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2024
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ବାବୁ ଫାସଡ୍ ଗ୍ରାମ ରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ଗ୍ରାମ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି , ସମ୍ମାନିତ ଅତିଥି ଙ୍କ ଏକ ଆଲୋଚନା ସହିତ ଆୟବ୍ୟୟ ପାଇଁ ଏକ ବିବରଣୀ ଲେଖା ଯାଇଥିଲା l ଏହି ପ୍ରତିଷ୍ଠା ଉତ୍ସବ ରେ ଆଗାମୀ ଚୈତ୍ର ଶୁକ୍ଳପକ୍ଷ ଷଷ୍ଠୀ ତା 3/4/25 ରୁ 7/4/25 ପାଞ୍ଚ ଦିନ ପଯ୍ୟନ୍ତ ଦିନ,ମାସ, ବର୍ଷ ଧାର୍ଯ୍ୟ କରାଯାଈଛି l ଏହି ପ୍ରତିଷ୍ଠା ଉତ୍ସବ ପାଇ ଉତ୍ସାହ, ଉଦ୍ଦୀପନା ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି l ଏଥିରେ କଳସ ଯାତ୍ରା , ଅଗ୍ନି ସ୍ଥାପନ , ନାମ ଯଜ୍ଞ , ଜଗନ୍ନାଥ ମହାପ୍ରଭୁ ଙ୍କ ଅଭିଷେକ , ମନ୍ଦିର ପ୍ରତିଷ୍ଠା , ପ୍ରାଣ ପ୍ରତିଷ୍ଠା, ପୂର୍ଣ୍ଣାହୁତି ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ସୂତ୍ର ରୁ ପ୍ରକାଶ l ଗ୍ରାମବାସି , କମିଟି ସହଯୋଗ କରିବା ସହିତ ସ୍ବତନ୍ତ୍ର ଭାବେ ଗ୍ରାମର ପ୍ରଦୀପ ସିଂ, ସରୋଜ ସାହୁ , ନିମାଇଚରଣ ଭୋଇ , ଜଳନ୍ଧର ଖମାରୀ , ପ୍ରଶାନ୍ତ ଖମାରୀ , ରମେଶ ଖମାରୀ , ଲାଦୂ ଖମାରୀ , ମନୋଜ ସିଂ , ଉଷଦ ଖମାରୀ , ଡାକ୍ତର ବାଗ ପ୍ରମୁଖ ସହଯୋଗ କରିବେ ବୋଲି କମିଟି ସୂତ୍ରରୁ ପ୍ରକାଶ l