-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2024
ବଲାଙ୍ଗିର, ବଲାଙ୍ଗୀରରେ ଐତିହ ଓ ପରିବେଶ ସୁରକ୍ଷା ପାଇଁ ପ୍ରଶାନ୍ତ ମାହକୁରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଡିଏଫ୍ଓ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟଅତିଥି ଅତିରିକ୍ତ-ଜିଲ୍ଲାପାଳ ବିଜୟାନନ୍ଦ ସେଠି, ଡିଏଫ୍ଓ ସୁଦର୍ଶନ ବେହେରା ଏବଂ ଜଳବାୟୁ ପରିବେଶ କମିଟିର ସଦସ୍ୟ ଜଙ୍ଗଲ ସୁରକ୍ଷା କମିଟି ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ପ୍ରଶାନ୍ତ ମହାକୁରଙ୍କୁ ଏହି ପୁରସ୍କାର ମିଳିଥିଲା । ଶ୍ରୀ ମହାକୁର ସହରରେ ପରିବେଶ ସୁରକ୍ଷା ପାଇଁ ୨୦୧୬ରୁ ଅଗ୍ରସର ଥିବା ବେଳେ ସହରର ୧୭ଗୋଟି ଜଳାଶୟ ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା, ଐତିହ୍ୟ ସୁରକ୍ଷା ପାଇଁ ବିଭିନ୍ନ ଆଲୋଚନା ଚକ୍ର, ପରିବେଶ ଦିବସ, ପକ୍ଷୀ ସୁରକ୍ଷା ପାଇଁ ସଚେତନତା ର୍ୟାଲି ଆଦି ଆୟୋଜନରେ ମୂଖ୍ୟ ଭୂମିକା ଗ୍ରହଣ କରି ଆସୁଥିଲେ । ଶ୍ରୀ ମହାକୁରଙ୍କୁ ଏହି ପୁରସ୍କାର ମିଳିବା ପରେ ତାଙ୍କ ପାଖଖୁ ଶୁଭେଚ୍ଛାର ସୁଅ ଛୁଟିଛି । ସେହିପରି ଏହି ପୁରସ୍କାର ତାଙ୍କୁ ପରିବେଶ ସୁରକ୍ଷା ପାଇଁ ଆହୁରି ଉତ୍ସାହିତ କରିବ ବୋଲି ଶ୍ରୀ ମହାକୁର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।