-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2024
ବଲାଙ୍ଗିର: ପତିତପାବନ ଏକାଡେମୀର ସୁବର୍ଣ୍ଣ ଜୟନ୍ତି ପାଳନ ଉତ୍ସବ ତଥା ୬୪ ତମ ବର୍ଷ ପାଳନ ପାଇଁ ପୁରାତନ ଛାତ୍ରମାନଙ୍କର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର କମିଟିର ସଭାପତି ସୟଦ ଆଫତାବ ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିମ୍ନ ଲିଖିତ ନିଷ୍ପତ୍ତି ଅନୁଯାୟୀ ଆଗାମୀ ପ୍ରସ୍ତୁତି ବୈଠକ ଆସନ୍ତା ୧୫ ଅକ୍ଟୋବର ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬.୩୦ ମି. ସମୟରେ ସ୍କୁଲ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ସୁବର୍ଣ୍ଣ ଜୟନ୍ତି ଉତ୍ସବ ତଥା ୬୪ତମ ବର୍ଷ ପାଳନ ପାଇଁ ବିଭିନ୍ନ କମିଟି ଗଠନ ର ପ୍ରସ୍ତାବ ରହିଛି । ଉତ୍ସବ କୁ ଆସନ୍ତା ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଶଶିଭୂଷଣ ପୁରୋହିତ, ଶରତ କୁମାର ପଣ୍ଡା, ସୌମ୍ୟଦୀପ ସରାଫ, ପ୍ରଦୀପ କୁମାର ସାହୁ, ରାମଦତ୍ତ ଭୋଇ, ଦେବୀ ପ୍ରଶନ୍ନ ଶତପଥି, ହେମନ୍ତ କୁମାର ପଣ୍ଡା, ମନୀଷ କୁମାର ମିଶ୍ର, ସନ୍ତକ ବହିଦାର, ଶିତିକଣ୍ଠ ମିଶ୍ର, ସୋମ ଗୋଚ୍ଛାୟତ, ସ୍ୱରୁପ ରଂଜନ ଛତ୍ରିଆ, ସରୋଜ କୁମାର ମେଶ୍ୱା ପ୍ରମୁଖ ପୁରାତନ ଛାତ୍ର ସମୁହ, ସ୍କୁଲର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀ ଉକ୍ତ ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ନାସିର ଖାନ ଧନ୍ୟବାଦ ଅର୍ପଣ କରିଥିଲେ ।