-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2024
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନକୁ କେତେବେଳେ ୫-ଟି ତ କେତେବେଳେ ପାନୀୟ ଜଳ ସମସ୍ୟାକୁ ନେଇ ହଟହଟା ହେବାକୁ ପଡୁଛି। କିଛି ଦିନ ତଳେ ଜାମଖୁଣ୍ଟା ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କୁ ବ୍ଲକ୍ ପ୍ରଶାସନ ଯାଉଥିବା ବେଳେ ଜାମଖୁଣ୍ଟା ଗ୍ରାମବାସୀ ପାନୀୟ ଜଳ ସମସ୍ୟା କୁ ନେଇ ରାସ୍ତାରେ ଗରିଆ, ମାଠିଆ, ବାଲଟି ଧରି ଗ୍ରାମବାସୀ ରାସ୍ତା ଉପରେ ବସିଯାଇଥିଲେ। ସେଥିପାଇଁ ପ୍ରାୟ ଏକ ଘଣ୍ଟା ଧରି ନାକେଦମ ହେବାକୁ ପଡିଥିଲା ବ୍ଲକ ପ୍ରଶାସନକୁ। ଆଜି ସୋମବାର ମଧ୍ୟ ବ୍ଲକ ପ୍ରଶାସନ ଝଲପ ପଞ୍ଚାୟତକୁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କୁ ଆସୁଥିବା ଜାଣି ଝଲପ ଓ ମମିଆ ର ଗ୍ରାମବାସୀ ପଞ୍ଚାୟତ ଫାଟକରେ ତାଲା ପକାଇ ଗରିଆ, ମାଠିଆ , ବାଲଟି ଧରି ଧାରଣାରେ ବସିଥିଲେ। ତେବେ ଲୋକେ ଲିଖିତ ପ୍ରତିଶ୍ରୁତି ଦେଲେ ଯାଇଁ ଧାରଣାରୁ ଉଠିବୁ ବୋଲି ଜିଦ୍ କରିବାପରେ ପ୍ରାୟ ୩ ଘଣ୍ଟା ଧରି ନାକେଦମ ହେବାକୁ ପଡ଼ିଛି ବ୍ଲକ୍ ପ୍ରଶାସନକୁ। ପରେ ପ୍ରାୟ ୩ ଘଣ୍ଟା ଧରି ନାକେଦମ ହେବାପରେ ଆରଡବ୍ଲୁଏସଏସ ଏସଡିଓ ପ୍ରଶାନ୍ତ କୁମାର ବାଗେ ଲିଖିତ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପରେ ବିଡ଼ିଓ ଙ୍କ ଅନୁପସ୍ଥିତିରେ କିଛି ଅଧିକାରୀ ଙ୍କୁ ନେଇ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀ ଙ୍କୁ ପଚାରିବାରୁ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏମିତି ଧାରଣା ଦେବା ଅଥବା ରାସ୍ତାରୋକ କରିବା ଆଦୋୖ ଭଲ ନୁହେଁ। କାରଣ ଅଭିଯୋଗ ଶୁଣାଣୀ ତାଙ୍କ ପାଇଁ ହିଁ ହେଉଛି। ତେଣୁ ସେମାନେ ଆରାମରେ ସେଠାରେ ତାଙ୍କ ଯେ କୌଣସି ଅସୁବିଧା ବିଷୟରେ ଅବଗତ କରିପାରିବେ ତଥାପି ଏପରି ପରିସ୍ଥିତି ଦେଖାଯାଉଛି।