-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||     

HOME   ଜିଲ୍ଲା

କେଦାରନାଥ କଳା - ସାହିତ୍ୟ  ସଂସଦ, ଅମ୍ଵାଭୋନା ରେ ପୁସ୍ତକ ପର୍ଯ୍ୟାଲୋଚନା ଦିବସ   

07-Oct-2024



                 
ବରଗଡ଼:(ନିରଞ୍ଜନ ତ୍ରିପାଠୀ) କେଦାରନାଥ  ମନ୍ଦିର ଅମ୍ଵାଭୋନା ‌‌ ପ୍ରାଙ୍ଗଣ ରେ କେଦାର ନାଥ କଳା -ସାହିତ୍ୟ ସଂସଦ ଆନୁକୁଲ୍ୟରେ  ଔପନ୍ୟାସିକ ଶ୍ରୀଗେରୁଚାନ୍ଦ  ପଟେଲଙ୍କ ରଚିତ "ବୈଦେହୀ "ଉପନ୍ୟାସର ପର୍ଯ୍ୟାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂସଦର ସଭାପତି ଶ୍ରୀଯୁକ୍ତ ସୀତାରାମ ରଥ ସଭାପତିତ୍ବ କରିଥିବା ବେଳେ ଶ୍ରୀ ଗଜେନ୍ଦ୍ର ଦାଶ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାହିତ୍ୟ ଆସର ସଂଯୋଜନା କରିଥିଲେ । ସଂସଦର ବରିଷ୍ଠ ସାଂସଦ ଶ୍ରୀମାନ ସୁଲଳିତ ପାତ୍ର ଅବସରପ୍ରାପ୍ତ ଶିକ୍ଷକ,ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ରୁଚିଦା, ଔପନ୍ୟାସିକ ପଟେଲଙ୍କ ଚଉଦ ଗୋଟି ଥିବା ସମସ୍ତ ପର୍ଯ୍ୟାୟକୁ ବିଶଦ ଭାବେ ପର୍ଯ୍ୟାଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ତ୍ରିଲୋଚନ ପଟେଲ, ଅବସର ପ୍ରାପ୍ତ ଶିକ୍ଷକ ଛତିଶଗଡ଼,ଡ଼ା: ପର୍ଶୁରାମ ଦ୍ୱିବେଦୀଙ୍କ ରଚିତ ବାଦଶାହ ଔର୍‌ ବିରବଲ ‌ ଙ୍କ ଉପାଖ୍ୟାନ ମାଧ୍ୟମରେ ଔପନ୍ୟାସିକ ପଟେଲ ଙ୍କ ବିଭିନ୍ନ ଦୃଷ୍ଟିକୋଣ ସଂପର୍କରେ ଏକ ସୂକ୍ଷ୍ମ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ସଂଗ୍ରାମ ସାହୁ ଅଧ୍ୟାପକ, ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ, ଭଟଲି, ଔପନ୍ୟାସିକ ଜଣେ ପୁରୁଷ ଶ୍ରେଣୀଭୁକ୍ତ ହୋଇ ମଧ୍ୟ ଜଣେ ନାରୀ ଚରିତ୍ରର ବେଦନାକୁ ଅତି ନିଖୁଣ ଭାବେ ଚିତ୍ରଣ କରି ପାରିଥିବା ଯୋଗୁଁ ରଚୟିତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିୟ ସଂସଦର ସାଂସଦ୍‌ ଶ୍ରୀଯୁକ୍ତ ଶରତ ପ୍ରଧାନ "ବୈଦେହୀ" ଉପନ୍ୟାସ ରେ ସାମାଜିକ ଚଲଣୀର ଗୁରୁତ୍ଵ ବିଷୟ ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏହା ସମାଜ ର ସମସ୍ତ ପୁରୁଷ ଓ ମହିଳାଙ୍କ ନିମନ୍ତେ ପଠନୋପଯୋଗୀ  ଉପନ୍ୟାସ ବୋଲି ଦୃଢ଼ ଅଭିମତ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ  ନରେନ୍ଦ୍ର ପ୍ରଧାନ  ଅବସର ପ୍ରାପ୍ତ ପ୍ରାଧ୍ୟାପକ  "ବୈଦେହୀ" ଙ୍କୁ ପ୍ରଣିଘ ଓ ରାଧା ଙ୍କୁ ପ୍ରଣୟିନୀ  ରୂପେ‌ ‌ଅଭିହିତ କରି ପୁରୁଷ ର ବିକାଶରେ ଉଭୟ ଙ୍କ ଗୁରୁତ୍ଵ ‌ରହିଥିବା ଉଲ୍ଲେଖ କରିଥିଲେ । ସଭାପତି ଶ୍ରୀଯୁକ୍ତ ସୀତାରାମ ରଥ "ବୈଦେହୀ" ଉପନ୍ୟାସ ରେ ବର୍ଣ୍ଣିତ ଜନକ ନନ୍ଦିନୀ ସୀତାଙ୍କ  ନଙ୍ଗଳ ମୁହଁରୁ ଆବିର୍ଭାବ ଓ ଉର୍ମିଳା, ମାଣ୍ଡବୀ, ଶ୍ରୂତିକିର୍ତ୍ତୀ  ଜନକଙ୍କ ଭ୍ରାତା ଙ୍କ ଦୁହିତା ଥିବା ସହ,ଶ୍ରୁପଣଖା ନିଜ ସ୍ୱାର୍ଥ ପାଇଁ ଅସୁର ବଂଶନାଶ ଚକ୍ରାନ୍ତ ସଂକ୍ରାନ୍ତରେ ଔପନ୍ୟାସିକଙ୍କ ବର୍ଣ୍ଣନାକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ  ଶ୍ରୀ ଦୁର୍ଯୋଧନ କାଲୋ, ଶ୍ରୀ ଦୟାସାଗର ପଟେଲ ,ନାଥ ପ୍ରଧାନ , ଶ୍ୟାମଲାଲ ନାୟକ ଆଲୋଚନା ରେ ଅଂଶ ଗ୍ରହଣ କରି ଉପନ୍ୟାସ ସଂପର୍କୀୟ ନିଜସ୍ୱ ଅଭିମତ ବର୍ଣ୍ଣନା କରିଥିଲେ । ଶେଷରେ କଳା -ସାହିତ୍ଯ  ସଂସଦ ର ସଂପାଦକ  ଶ୍ରୀଯୁକ୍ତ  ଯୋଗେଶ୍ୱର ରଥ  ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026

You Might Also Like