-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ଅତାବିରା(ଆକାଶ ମିଶ୍ର): ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାରରେ ବରଗଡ଼ ର ପୁଣ୍ୟାତ୍ମା ବରପୁତ୍ର କର୍ମଯୋଗୀ ମହାଦେବ ଭୋଇଙ୍କ ୯୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ "ମହାଦେବ ଭୋଇ ସ୍ମୃତି ସମ୍ମାନ ୨୦୨୪ " ପ୍ରଦାନ କରାଯାଇଛି । ସ୍ମୃତି କମିଟିର ସଂଯୋଜକ ଡଃ ଡୋଲାମଣି ଶତପଥୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ( କୁନା) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ , ନାଟ୍ୟକାର ତଥା ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବରେ ମଞ୍ଚାସୀନ ରହିଥିଲେ । କମିଟିର ସଞ୍ଜୀବ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥି ମହାଦେବ ସାହୁଙ୍କ ସ୍ମୃତିଚରଣ କରିବା ସହିତ ତାଙ୍କର ନିଷ୍ଠା, ଦୃଢ଼ ମନୋବଳ ଓ କର୍ମ ତତ୍ପରତା ଉପରେ ଅଭିଭାଷଣ ରଖି ଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲାର ଅନେକ କୃତୀ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । ଅତାବିରାରୁ ଧର୍ମରାଜ୍ ପ୍ରଧାନ ଓ ସୁବାସ ପ୍ରଧାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଦେବତା ଏକାଧାରରେ ଜଣେ ଶିକ୍ଷୟିତ୍ରୀ,କବୟିତ୍ରୀ,ଗାୟିକା ଓ ଜଣେ ସମାଜସେବୀ ମଧ୍ୟ ଅଟନ୍ତି। ଏଥି ପାଇଁ ଶିକ୍ଷକ ମହଲରେ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।