-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ ରଚନା ତରଫରୁ ସ୍ଥାନୀୟ ପି ପି ଏକାଡେମୀ ସଭାକକ୍ଷ ଠାରେ ସ୍ବର୍ଗତ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର ଓ ସ୍ମlରକୀ ବକୃତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି l ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଭୀମଭୋଇ ଚେଆର ଅଧ୍ୟାପକ କବି ପ୍ରଦୀପ କୁମାର ପଣ୍ଡାଙ୍କ
ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କବି ପବିତ୍ର ମୋହନ ଦାଶଙ୍କୁ ୨୦୨୪ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର ପ୍ରଦାନ କରାଯାଇଥିଲା l
"ସୃଜନପ୍ରେମ ଓ ଆଧ୍ୟାତ୍ମିକତା "ଶୀର୍ଷକ ରେ ଅତିଥି ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ପ୍ରକାଶ ମହାପାତ୍ର ଯୋଗଦେଇ
କୌଣସି ଏକ କର୍ମ କରିବା ଓ ଏଥିରେ ସଫଳତା ପାଇବା ପାଇଁ ସେହି କର୍ମପ୍ରତି ପ୍ରେମଭାବ ରହିବା ଉଚିତ ଓ ଆଧ୍ୟାତ୍ମିକ ଭାବନା ହିଁ ଆମକୁ କର୍ମ କରିବା ପାଇଁ ଉପାଦାନ ଯୋଗାଇଥାଏ ବୋଲି ମତବ୍ୟକ୍ତ କରିଥିଲେ l
ଆରମ୍ଭରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନର ସମ୍ପାଦକ ବିଶିଷ୍ଟକବି ଭାଗିରଥି ମିଶ୍ର l ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ହାଡ଼ ବଗିଚା ଗଳ୍ପର ପ୍ରଥମ ଅଂଶକୁ ଉପସ୍ଥାପନା କଲେ କବି ରତ୍ନମୟ ତ୍ରିପାଠୀ l ମନୋଜ ପଣ୍ଡାଙ୍କ ଜୀବନୀ ଓ କୃତି ସମ୍ପର୍କରେ ସଂକ୍ଷିପ୍ତ ସମୀକ୍ଷା କରିଥିଲେ ସାହିତ୍ୟିକ ହୃଷିକେଶ ପୂଜାରୀ l
ଏହି ଅବସରରେ କବି ଆଲୋକ କୁମାର ହୋତାଙ୍କ କବିତା ସଂକଳନ "ଭିନ୍ନ ମୁହୂର୍ତ ଅନ୍ୱେଷଣରେ "କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବୟିତ୍ରୀ ସସ୍ମିତା ନେପାକ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ସଭାପତି ସନାତନ ଠାକୁର l ଏହି ସଭାରେ ଗାଳ୍ପିକା ଗାୟତ୍ରୀ ସରାପ, ମଞ୍ଜୁବାଳା ପଣ୍ଡା, ପ୍ରଦୀପ ମିଶ୍ର, ମଳୟ ମିଶ୍ର କବି ପ୍ରହଲ୍ଲାଦ ଶତପଥୀ,ବନ୍ଦନା ପଟ୍ଟନାୟକ, ବିନତି ଶତପଥି,ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ତଥା ସହରର ଅନେକ କବି ସାହିତ୍ୟିକ ଓ ମନୋଜ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ l