-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ବଲାଙ୍ଗିର(ପ୍ରେରଣା ଖବର): ପତିତପାବନ ଏକାଡେମୀର ହୀରକ ଜୟନ୍ତୀ (Golden Jubilee) ପାଳନ ପାଇଁ ପୁରାତନ ଛାତ୍ରମାନଙ୍କର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର କମିଟିର ସଭାପତି ସୟଦ ଆଫତାବ ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିମ୍ନ ଲିଖିତ ନିଷ୍ପତ୍ତି ଅନୁଯାୟୀ ଆଗାମୀ ପ୍ରସ୍ତୁତି ବୈଠକ ଆସନ୍ତା ୧୫ ଅକ୍ଟୋବର ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬.୩୦ ମି. ସମୟରେ ସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ହୀରକ ଜୟନ୍ତି ଉତ୍ସବ ପାଳନ ପାଇଁ ବିଭିନ୍ନ କମିଟି ଗଠନ ର ପ୍ରସ୍ତାବ ରହିଛି । ଉତ୍ସବକୁ ଆସନ୍ତା ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଶଶିଭୂଷଣ ପୁରୋହିତ, ଶରତ କୁମାର ପଣ୍ଡା, ସୌମ୍ୟଦିପ ସରାଫ, ପ୍ରଦୀପ କୁମାର ସାହୁ, ରାମଦତ୍ତ ଭୋଇ, ଦେବି ପ୍ରଶନ୍ନ ଶତପଥି, ହେମନ୍ତ କୁମାର ପଣ୍ଡା, ମନୀଷ କୁମାର ମିଶ୍ର, ସନ୍ତକ ବହିଦାର, ଶିତିକଣ୍ଠ ମିଶ୍ର, ସୋମ ଗୋଚ୍ଛାୟତ, ସ୍ୱରୁପ ରଂଜନ ଛତ୍ରିଆ, ସରୋଜ କୁମାର ମେଶ୍ୱା ପ୍ରମୁଖ ପୁରାତନ ଛାତ୍ର ସମୁହ, ସ୍କୁଲ ର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ନାସିର ଖାନ ଧନ୍ୟବାଦ ଅର୍ପଣ କରିଥିଲେ ।