-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ନବରଙ୍ଗପୁର:-(ମିହିର ଶଙ୍କର ପାତ୍ର,)
ଡାବୁଗାଁ ଥାନା ରେ ପୋଲିସ ପକ୍ଷରୁ ଦଶହରା ପାଇଁ ଏକ ସମନ୍ଵୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ଥାନା ଅଧୀନ ବିଭିନ୍ନ ସ୍ଥାନରେ ହେବାକୁ ଥିବା ମାଁ ଦୂର୍ଗା ଙ୍କ ପୂଜା ନିମନ୍ତେ ସରକାର ଙ୍କ ଗାଇଡଲାଇନ ଅନୁସାରେ ଶାନ୍ତି ଶୃଙ୍ଖଳାର ସହ ଦଶହରା ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା | ଏଥିରେ ପୂଜାରେ ଭିଡ ନିୟନ୍ତ୍ରଣ, ରାବଣପୋଡି ସମୟରେ ୩୦ ମିଟର ଦୂରରେ ଦର୍ଶକ ମାନେ ରହିବେ ଓ କିପରି ସଂପୂର୍ଣ୍ଣ ଦଶହରା ପର୍ବଟି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ସୁଦକ୍ଷ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ | ଏଥିରେ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଡାବୁଗାଁ ପୂଜା କମିଟି ଉପସଭାପତି ଦିବ୍ୟରଞ୍ଜନ ରାୟପାତ୍ର, ଶିଂସାରୀ ପୂଜା କମିଟିର ଉଲଧର ମାଝୀ, କୃଷ୍ଣ ମାଝୀ, ଘୋଡାଖୁଣ୍ଟା ପୂଜା କମିଟିର ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ସୁକୁ ଭତ୍ରା, ଦେବରାଜ ପନକା ଓ ଅନ୍ୟମାନେ ଉପସ୍ଥିତ ଥିଲେ