-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ହରଭଙ୍ଗା (ଦେବବ୍ରତ ଦାଶ)-ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ରବିବାର ଚାରିଛକ ରାମସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି। ଏହି ଶିବିରରେ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରକ୍ତଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ , ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର ଡାକ୍ତର ଶ୍ରୀମନ୍ତ ସ୍ୱାଇଁ ଉପସ୍ଥିତ ଥିଲେ। ଏହି ଶିବିର ରେ ୩ଜଣ ମହିଳା ଙ୍କ ସହ ୩୦ ଜଣ ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରିଥିଲେ।ବୌଦ୍ଧ ରକ୍ତଭଣ୍ଡାର ପକ୍ଷ ରୁ ସ୍ବାସ୍ଥ୍ୟ ଅଧିକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପୁରୁଣାକଟକ ଡ଼ ସସ୍ମିତ ଶତପଥି, ଲବ୍ରୋଟରି ତେକ୍ନିସିଆନ ଦିଲ୍ଲୀପ କୁମାର, ପରାମର୍ଶଦାତା ବନୋଜ କୁମାର ପ୍ରଧାନ,ନର୍ସିଂ ଅଫିସର ଯୁଦା ଶବର,ସହାୟକ ସୁରଜ୍ ଶେଖର ଭୋକ୍ତା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାମସେନା ସଭାପତି ଦିଲ୍ଲୀପ ପ୍ରଧାନଙ୍କ ସହ ରାମସେନା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।