-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର),
ନବରଙ୍ଗପୁର ବିଜେପି କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚା ତରଫରୁ ବୃକ୍ଷରୋପଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୟୀ , ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ରାଜ୍ୟ ଉପ ସଭାପତି ପୁଲିନ ପୁହାନ, ସାଧାରଣ ସଂପାଦକ ବିକ୍ରମ କେଶରୀ ରାଉତରାୟ, ସଂପାଦକ ପ୍ରସାନ୍ତ ସ୍ବାଇଁ ଉପସ୍ଥିତ ଥିଲେ। ଏହି ଅବସରରେ କୃଷକ ମୋର୍ଚ୍ଚା ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ ବିଷୟୀ , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମାପତୀ ବିଷୟୀ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ଡାବୁଗାଁ ମଣ୍ଡଳ ସଭାପତି କିରଣ ରାଓ, ରତନ କଲାର, ଲବ ଦତ୍ତ, ଭେଙ୍କଟ ରାଓ, କାଞ୍ଚନ ହରିହର, ପିଣ୍ଟୁ ପୂଜାରୀ, ମୀନତି ପଟ୍ଟନାୟକ, ପ୍ରିତୀ ରାଣୀ ସେନାପତି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।