-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ସହରରେ ଶାରଦୀୟ ନବଦୁର୍ଗା ପୂଜା ଉତ୍ସବ ମୁଖର ହୋଇଉଠିଛି। ପ୍ରତ୍ୟହ ରିତୀନିତି ସହକାରେ ଅଙ୍କୁର ରୋପଣ, ଦ୍ୱାରପାଳ ନିତ୍ୟ ପୂଜା, ଚଣ୍ଡି ପାଠ,ଚଣ୍ଡି ହୋମ ଅନୁଷ୍ଠିତ ହେଉଛି।ଘଣ୍ଟ ଶଙ୍ଖ ପୁରୋହିତଙ୍କ ବେଦମନ୍ତ୍ର ପାଠ, ହୁଳହୁଳି ହରିବୋଲ ଧୂପଦୀପ ଗୁଗଲର ମହମହ ବାସ୍ନାରେ ଏକ ଅପୂର୍ବ ଭାବମୟ ପରିବେଶ ସୃଷ୍ଟି ହେଉଛି। ଆଜି ମାଁ କୁଷ୍ମାଣ୍ଡ ବେଶରେ ପୂଜା ପାଇଲେ।ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ବିଜେପୁର ଜମିଦାର ଶ୍ରୀମାନ ସନତ କୁମାର ଗଡତୀୟା କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ରାଜ ପୁରୋହିତ କିଶୋର ଚନ୍ଦ୍ର ପୂଜାରୀ ଚଣ୍ଡିପାଠକ, ପୁସ୍ତକାଚାର୍ଯ୍ୟ ସୁରେନ୍ଦ୍ର ମହାପାତ୍ର, କିଶୋର ଚନ୍ଦ୍ର ମହାପାତ୍ର ପ୍ରମୁଖ ପୂଜା କର୍ମ ସମ୍ପାଦନ କରୁଛନ୍ତି। ପ୍ରତ୍ୟେକଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ, ଆଜିକାର ସାଂଧ୍ୟ ରଜନୀରେ କିର୍ତ୍ତନ୍ୟ ଧାରା ଅନୁଷ୍ଠିତ ହେଉଛି। ଏଥିରେ ଗାୟିକା ସୁନିତା ସାହୁ ଏବଂ ତାଙ୍କ ସାଥି,ଡୋଲାମଣି ମହାରଣା, କିଶୋର ଗଡତୀୟାଙ୍କ ସାଥିଙ୍କ ଗୀତ ଓ ନାଚ ଦର୍ଶକଙ୍କୁ ବିମୋହିତ ହୋଇ ଯାଇଛନ୍ତି। ସହସ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି।