-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ୍ ରାଜେନ୍ଦ୍ର ମାଝି ଯୋଗ ଦେଇ ମଣିଷ ସମାଜ କୁ ତିଷ୍ଠି ରାହିବା କୁ ହେଲେ ପ୍ରାକୃତିକ ଭାରସାମ୍ୟ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରି ଏଥି ପାଇଁ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ଜରୁରୀ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବୀରେନ୍ଦ୍ର ନାୟକ , ଅଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଇ ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ଲୋକ ଙ୍କୁ ଆଗେ ସଚେତନତା ସୃଷ୍ଟି କରିବାକୁ ହେବ ବୋଲି ମତ ପ୍ରକାଶ କରି ଥିଲେ lମନୋଜ କୁମାର ପଣ୍ଡାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି l ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ସଭାରେ ଅଧ୍ଯକ୍ଷତା କରି ବନ୍ୟପ୍ରାଣୀ ସଂରକ୍ଷଣରେ ଲୋକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଗିରିଧାରୀ ନାଗ ଓ ଅବିନାଶ ବରିହା ସଭାରେ ମଞ୍ଚାସୀନ ଥିବା ବେଳେ ସହକାରୀ ବନସଂରକ୍ଷକ ରାଜକୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ପୂର୍ବରୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଭୟ ଜୁନିୟର ଓ ସିନିୟର ବିଭାଗରେ କୃତି ଛାତ୍ରୀଛାତ୍ର ଆକୃତି ମିଶ୍ର, ବାବୁଲୁ ରଣା, ମହେଶ ମେହେର, ଅଙ୍କିତା ବାରିକ, ରାଜହଂସିନୀ ମହାନନ୍ଦ ଓ ବିଶ୍ବଭାରତୀ ଦାଶଙ୍କୁ ଅତିଥି ଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ସୋନପୁର ଉପଖଣ୍ଡର ସୁମିତ କୁମାର ଶତପଥୀ ଓ ବୀରମହାରାଜପୁର ଉପଖଣ୍ଡର ସତ୍ୟଜିତ ଗାଡ଼ୁଆଙ୍କୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ସ୍ବରୂପ ୫ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରା ଯାଇଥିଲା। ସେହିପରି ଡୁଙ୍ଗୁରିପାଲି ବ୍ଲକର ବାଧଲୁପାଲି,ଆନିସ୍ କନଭେଣ୍ଟ ସ୍କୁଲ ଓ ଉଲୁଣ୍ଡା ପିପିଲିକାନୀର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର ସ୍ବରପ ୨୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ବିନିକା ଉର୍ଲେର ଖବରଦାତା ତଥା ସାମାଜିକକର୍ମୀ ରାମଗୋପାଳ ବାଘ, ଉଲୁଣ୍ଡା ବାମରାଜର ଯୁବ ସାମାଜିକକର୍ମୀ ମନୋଜ କୁମାର ପଣ୍ଡା, ବୀରମହାରାଜପୁର ବ୍ଲକ ମେଣ୍ଡାମାଳର ମନୋରଞ୍ଜନ ଜଗଦଲା, ଡୁଙ୍ଗୁରିପାଲି ବ୍ଲକର ଦୁଷ୍ମନ୍ତ ପଧାନ, କ ସୋନପୁର ବ୍ଲକ ଖାରୀର ସ୍ବପ୍ଲେଶ୍ବର ମିଶ୍ର ଓ ମାଟୁପାଲିର ଧବଳେଶ୍ଵର ଭୁକ୍ତାଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ପୁରସ୍କାର ସ୍ବରୂପ ୧୦ ହଜାର ଟଙ୍କା ମାନପତ୍ର ପ୍ରଦାନ କରାଯାଇଛି। ପ୍ରକାଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋନପୁର ରେଞ୍ଜର ସୁବାସ ମହାପାତ୍ର, ଉଲୁଣ୍ଡା ରେଞ୍ଜର ସଞ୍ଜିବ୍ କୁମାର ରାଉତ ଓ ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ, ବନପାଳ ଭକ୍ତବନ୍ଧୁ ମିଶ୍ରଙ୍କ ସମେତ ସୋନପୁର, ଉଲୁଣ୍ଡା, ବିନିକା ଏବଂ ବୀରମହାରାଜପୁର ରେଞ୍ଜର ସମସ୍ତ ବନକର୍ମଚାରୀ ଯୋଗ ଦେଇ କାର୍ଯକ୍ରମ ରେ ସହଯୋଗ କରି ଥିଲେ।