-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଗୋଛାପଡା ପୁଲିସ୍ ବିରୁଦ୍ଧରେ ହତ୍ୟା ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଏସ୍ ପି ସମ୍ମିଳନୀ ଦିନ ଅଘଟଣ ଆସନ୍ତା ୫ ରେ ବିଶାଳ ରାଲି

04-Oct-2024



ଫୁଲବାଣୀ(ମଳୟ ମିଶ୍ରଙ୍କ ରିପୋର୍ଟ):ଗତମାସ ୨୬ ତାରିଖରେ ରାଜଧାନୀରେ ମୁଖ୍ୟମନ୍ତ୍ରୀ ଥାନାରେ ପୁଲିସର ବ୍ୟବହାର ଓ ଲୋକଙ୍କୁ ଉଚିତ୍ ସେବା ଯୋଗାଇଦେବାକୁ ଉଦ୍ ବୋଧନ ଦେଉଥିବା ସମୟରେ ହିଁ ମାଓପ୍ରବଣ କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା ପୁଲିସ୍ ବିରୁଦ୍ଧରେ ଆସିଛି ଯାଞ୍ଚ ଆଳରେ ଜଣେ ବାଇକ୍ ଆରୋହୀ ଯୁବକଙ୍କୁ ଧରି ପିଟି ପିଟି ଗାଡି ଚପାଇଦେଇ ମାରିଦେଇଥିବା ଅଭିଯୋଗ  ! ଉକ୍ତ ଥାନାରେ ମୃତଯୁବକଙ୍କ ପତ୍ନୀଙ୍କ ହତ୍ୟା ଅଭିଯୋଗ ଏତଲାକ୍ରମେ ଏକ ମାମଲା ଋଜୁ କରାଯାଇ ତଦନ୍ତ ଚାଲିଛି । ଏଥିରେ ଉକ୍ତଦିନ ଯାଞ୍ଚଦଳରେ ଯାଇଥିବା ୫ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ ଓ କାର୍ଯ୍ୟରୁ ଅନ୍ତର କରାଯାଇଛି । ଶବବ୍ୟବଚ୍ଛେଦ ରିପୋର୍ଟ ଅଦ୍ୟାବଧି ଆସି ନଥିବା ପୁଲିସ୍ କହୁଛି ।  ଥାନାଠାରୁ ପ୍ରାୟ ୩୦ କିମି ଦୂର ଗୋଛାପଡା- କଣ୍ଟାମାଳ ରାସ୍ତାର ବାଲନ୍ଦାପଡା ଜଙ୍ଗଲର ଡାଙ୍ଗଣାମୁ ପାହାଡୀଘାଟିରେ ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାନ୍ତର୍ଗତ ଲମ୍ବସରୀ ପଞ୍ଚାୟତ  ବେହେରାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକୀ ( ୪୪ ) ଓ ତାଙ୍କ ଗ୍ରାମରେ ରହୁଥିବା ପାଖ ଗାଁ' ମାର୍ଡୋଲ୍ ଗ୍ରାମର ଦାଶରଥୀ ଦିଗାଲ୍ ଉକ୍ତଦିନ ଦିନ ପ୍ରାୟ ୧୨ ଟା ସମୟରେ ବାଇକ୍ ରେ ଆସୁଥିବାବେଳେ ଗୋଛାପଡା ଥାନାର ତଥାକଥିତ ହେଲ୍ ମେଟ୍ ଯାଞ୍ଚ କରୁଥିବା ବୋଲେରୋ ଗାଡିରେ ଥିବା ପୁଲିସ୍ ହାବୁଡରେ ପଡିଥିଲେ । ପୁଲିସମାନେ ଜ୍ୟେଷ୍ଠଙ୍କୁ ଧରି ପକାଇଥିବା ବେଳେ ଦାଶରଥି ଫେରାର୍ ହୋଇ ଆସିଥିଲା ।  ବାଇକ୍ ରେ ଏକ ବ୍ୟାଗ୍ ରେ ୫ କିଗ୍ରା ଗଞ୍ଜେଇ ଥିବା ଦାଶରଥି କହିଛି ।  ଜ୍ୟେଷ୍ଠର ପତ୍ନୀ ଫୋନ୍ କରିବାରୁ ଜ୍ୟେଷ୍ଠ ' ମୋତେ ପୁଲିସ୍ ଧରିଛି ' ବୋଲି କହିଥିବା ପ୍ରକାଶ । ତେବେ ସନ୍ଧ୍ୟାସୁଦ୍ଧା ଘରକୁ ନ ଫେରିବାରୁ ଘରଲୋକେ ସ୍ଥାନୀୟ କଣ୍ଟାମାଳ , ଘଣ୍ଟାପଡା ଓ ଗୋଛାପଡା ଥାନାକୁ ଫୋନ୍ ରେ ଯୋଗାଯୋଗ କରିବାରୁ ଗୋଛାପଡା ପୁଲିସ୍ ' ତୁମ ବାଇକ୍ ଟି ଥାନାରେ ଅଛି । ୩୦ ହଜାର ଟଙ୍କା ସହ କାଗଜପତ୍ର ଆଣି ନେଇଯିବାକୁ କହିଥିବା ବେଳେ ନିଖୋଜ୍ ଜ୍ୟେଷ୍ଠ ସମ୍ପର୍କରେ କିଛି ନକହି କଥା ବୁଲାଇଥିଲେ । ତେଣୁ ଘରଲୋକେ ଆସି ଘଟଣାସ୍ଥଳରେ ଖୋଜାଖୋଜି କରିବାରୁ ଦୁଇଦିନପରେ ଘାଟୀତଳର ପ୍ରାୟ ୩୦ ଫୁଟ୍ ତଳେ ଜ୍ୟେଷ୍ଠର ପଚିଯାଇ ଉପରମୁହାଁ ହୋଇ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ଓ ଗୋଛାପଡା ପୁଲିସ୍ ଫୁଲବାଣୀରୁ ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ସ୍କ୍ବାର୍ଡ ଆଦି ମଗାଇ ମୃତଦେହ ଉଦ୍ଧାର କରିଥିଲେ । ଏଥିରେ ସନ୍ଦେହ ହେବାରୁ ମୃତ ଜ୍ୟେଷ୍ଠର ପତ୍ନୀ ସୁମନ୍ତୀ ବଣ୍ଡକୀ ଗୋଛାପଡା ଥାନାରେ ଏକ ହତ୍ୟାକାଣ୍ଡ ବୋଲି ଏତଲା ଦେବା ସହିତ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ । ଫୁଲବାଣୀରୁ ତତ୍କାଳୀନ ଏସ୍ ପି ଶୁଭେନ୍ଦୁ କୁମାର ପାତ୍ର , ଅତିରିକ୍ତ ଏସ୍ ପି ବଳଭଦ୍ର ଦୀପ , ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ପ୍ରମୁଖ ପହଞ୍ଚି ଉଚିତ୍ ତଦନ୍ତର ପ୍ରତିଶ୍ରୁତି ଦେଇଥିଲେ । ରେଡ୍ କ୍ରସ୍ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହାର ତଦନ୍ତ ଦାୟିତ୍ୱ ଜଣେ ଡିଏସପି କମଳାକାନ୍ତ ପଣ୍ଡାଙ୍କୁ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ସେଦିନ  ଯାଞ୍ଚଦଳରେ ଯାଇଥିବା ଜଣେ ସବ୍ଇନିସପେକ୍ଟର , ଜଣେ ଟ୍ରେନି ସବ୍ ଇନିସପେକ୍ଟର , ଜଣେ ହାବିଲଦାର ଓ ଡ୍ରାଇଭର ସମେତ ଦୁଇଜଣ ହୋମ୍ ଗାର୍ଡ ଏପରି ୫ ଜଣଙ୍କୁ ନିଲମ୍ବିତ ଓ କାର୍ଯ୍ୟରୁ ଅନ୍ତର କରାଯାଇଛି ।  ତେବେ ବାଇକ୍ ରେ ଥିବା ଗଞ୍ଜେଇର ପତ୍ତା ମିଳୁନାହିଁ  !

ଏହା ପୁଲିସ୍ ଦ୍ବାରା ଏକ ହତ୍ୟାକାଣ୍ଡ ନା ପୁଲିସ୍ ହାତରୁ ଛଡାଇ ହେଇ ପଳାଉଥିବା ବେଳେ ପଡିଯାଇ ଉକ୍ତ ଯୁବକର ମୃତ୍ୟୁ , ଏହା ସ୍ପଷ୍ଟ ହୋଇ ପାରିନାହିଁ । ପୁଲିସ୍ ଅନୁଯାୟୀ , ମାରିଥିଲେ , ବାଇକ୍ କୁ କାହିଁକି ଥାନାକୁ ଆଣିଥା'ନ୍ତେ  ? ' କୁହାଯାଉଥିନା ବେଳେ , ପରିବାର ଓ ମୃତକର ପତ୍ନୀଙ୍କ ପକ୍ଷରୁ ' କେମିତି ପଡିଯାଇ ମରିଯିବ , ଆଜ୍ଞା  ? ପୁଲିସ୍ ଧରିଥିବା ଦାଶରଥି ଦେଖିଛି । ବାଇକ୍ ବି ଥାନାରେ ଅଛି ' ବୋଲି ଯୁକ୍ତି ଉପସ୍ଥାପିତ କରାଯାଇଛି । ଆଖପାଖର ଲୋକେ , ସ୍ଥାନୀୟ ସରପଞ୍ଚ , ସାମ୍ବାଦିକମାନେ ମଧ୍ୟ ପୁଲିସ୍ ଯୁବକଙ୍କୁ ଥାନାକୁ ଧରିନେବା ପରେ ମାଡମାରି ମାରିଦେଇଥିବା ଓ ପରେ ଆଣି ଘାଟୀତଳେ ପକାଇ ଦେଇଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି । ଏଯାବତ୍ ପୋଷ୍ଟମର୍ଟମ୍ ରିପୋର୍ଟ ଆସି ନଥିବା ପୁଲିସ୍ କହୁଛି । ତେବେ ମୃତଦେହ ପଡିଥିବା ସ୍ଥାନରେ କିଛି ରକ୍ତ ପଡି ନଥିବା ସହ ମୃତଦେହର ପଛପଟେ ଆଘାତ ନଥାଇ ସାମ୍ନାପଟର ଛାତି , ମୁହଁ ଓ କପାଳରେ ଆଘାତ ରହିଥିବା ଦେଖିଥିବା ଲୋକେ ପ୍ରକାଶ କରିଛନ୍ତି । ପୁଲିସ୍ ପକ୍ଷରୁ ଏଯାବତ୍ କୌଣସି ପ୍ରେସ୍ ମିଟ୍ କରାଯାଇନାହିଁ  ! 

ଉଲ୍ଲେଖନୀୟ ଯେ ଏହା ଏକ ଚୋରାଗଞ୍ଜେଇ କାରବାରର ଅଞ୍ଚଳ ଓ ପୁଲିସ୍ ନିଜେ ଏଭଳି ଧରପଗଡ କରି ଗଞ୍ଜେଇ ବିକି ଓ ଉତ୍କୋଚ ନେଇ ଚୋରାଚାଲାଣକାରୀଙ୍କୁ ଛାଡି ଦେଉଥିବା ଜଣାଶୁଣା । ଗତବର୍ଷ ଏଇଭଳି ଅଭିଯୋଗରେ ଲୋକେ ସ୍ଥାନୀୟ ଫିରିଙ୍ଗିଆ ଥାନାପୋଡି ଦେଇଥିବା ସହିତ ଥାନାଧିକାରୀ ଓ ଏସ୍ ଡି ପି ଓ ଙ୍କୁ ମାଡ ମାରିଥିଲେ । ତଥାପି ହେଲ୍ ମେଟ୍ ଚେକିଂ ଆଳରେ ବିନା ମାଜିଷ୍ଟ୍ରେଟ୍ ବା ଉପରିସ୍ଥ ଅଧିକାରୀଙ୍କ ଅଜ୍ଞାତସାରରେ ସହର ଉପକଣ୍ଠରେ ଜଗିବା ବଦଳରେ ଏହି ତଳିଆ ପୁଲିସ୍ କର୍ମଚାରୀମାନେ ୩୦ କିମି ଘାଟୀରାସ୍ତାରୁ ୧୫ କିମି ଗୋଡେଇ ଗୋଡେଇ ଧରପଗଡ କରୁଥିବା ଓ ଏଥିରେ ଜଣକର ମୃତ୍ୟୁ ବା ହତ୍ୟା ଅଭିଯୋଗ ହେଉଥିବା ନିମନ୍ତେ କିଏ ଦାୟୀ  ?

ଅଦ୍ୟାବଧି ଏହି ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ଦାଶରଥି ଦିଗାଲର ବୟାନ ରେକର୍ଡ ହୋଇ ନଥିବା ସହିତ ହତ୍ୟାକାଣ୍ଡ ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନାହିଁ  ! ଆସନ୍ତା ୫ ତାରିଖରେ ଗୋଛାପଡା ଥାନା ସମ୍ମୁଖରେ ପରିବାର ଓ ଲୋକଙ୍କ ପକ୍ଷରୁ ଏକ ବିଶାଳ ରାଲି ସହ ସାମ୍ବାଦିକ ସମ୍ମିଳନୀ

କରାଯାଇ ସଠିକ୍ ତଦନ୍ତ କରାଯିବାକୁ ସରକାରଙ୍କ ଠାରେ ଦାବି କରାଯିବ ବୋଲି ମୃତକର ପତ୍ନୀ ସୁମନ୍ତୀ ବଣ୍ଡକୀ ଜଣାଇଛନ୍ତି । ମୃତଯୁବକ ଜଣକ ଜଣେ ଗରିବ ଦାଦନଶ୍ରମିକ ଓ ମାତ୍ର ଛଅମାସ ତଳେ ନୂଆଖାଇ ବେଳେ ଘରକୁ ଫେରିଥିଲେ । ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି । ପ୍ରେମବିବାହ କରି ସେ ପୂର୍ବରୁ ଦୁଇଥର ଜେଲ୍ ମଧ୍ୟ ଯାଇଥିଲେ । ଏବେ ତାଙ୍କର ବିଧବାପତ୍ନୀ ଓ ପିଲାମାନେ ସମ୍ପୂର୍ଣ୍ଣ ଅନାଥ ହୋଇପଡିଛନ୍ତି ।  ଭରତପୁର ଥାନା ମାମଲାରେ ସରକାର ବା ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ତତ୍ପରତା ଦେଖାଇଥିବା ବେଳେ ଏଇ ଘଟଣାଟିକୁ ସେତେଟା ଗୁରୁତ୍ୱ ଦେଉ ନଥିବା ଲୋକେ ଆଲୋଚନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like