-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ସ୍ତରୀୟ ସୁରଭି-୨୦୨୪ କାର୍ଯ୍ୟକ୍ରମ ଗୁଡଭେଲା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଗୁଡଭେଲାବ୍ଲକ ଅଧ୍ୟକ୍ଷା ବେବୀ ଦୋରାଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ କିଛି ସୂଚନା ଦିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ଏପରି କି ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ଅଶୋକ ଦୋରାଙ୍କ ସମ୍ପର୍କ ଭଳ ନଥିବାରୁ ପ୍ରାୟ ସମୟରେ ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିଲେ ବ୍ଲକ କିଛି ଅଧିକାରୀ। କିନ୍ତୁ ସରକାର ବଦଳିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କ ମନଭାବରେ ପରିବର୍ତ୍ତନ ହୋଉନଥିବା ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ରୁଷିଆ ମେହେର ନିଜେ ମୁଖ୍ୟ ଅତିଥି ହେବା ଆଶାରେ ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରିଥିବେ କି। ଯାହା ହେଉ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମେହେର ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ଯୋଗ ଦେଇଥିଲେ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ତୁଷୁରା ସିଆର୍ସିସି ଜଗମୋହନ ତ୍ରିପାଠୀ ଓ ସଭା ଶେଷରେ ଧିମାନ ବଳ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସଞ୍ଚାଳନ ସନ୍ତୋଷ ସାହୁ କରିଥିଲେ। ଉଦ୍ଯାପନୀ ଗୁଡଭେଲା ପଞ୍ଚାୟତର ସରପଞ୍ଚ ସଂତୋଷିନୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟା ପ୍ରମିଳା ରଣା, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ପରିଚୟ ପ୍ରଦାନ ସନ୍ତୋଷ ସାହୁ କରିଥିଲେ ଓ ସୁରେନ୍ଦ୍ର ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ସିଆର୍ସିସି ଜଗମୋହନ ତ୍ରିପାଠୀ ସଭା ସଞ୍ଚାଳନ କରିଥିଲେ। ମୋଟ ୨୯ଟି ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସାଂସ୍କୃତିକ ଦଳ ପାୟଲ ସୁନା ଓ ଗ୍ରୁପ୍ ଜିଲ୍ଲା ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ । ଗତ ମାଟ୍ରିକ ପରୀକ୍ଷାର ଟପ୍ପର ହୋଇଥିବା ସ୍ଵସ୍ତି ବିଦ୍ଯାପୀଠର ତନିଶ ପୁଟେଲ ଓ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କଳା ଟପ୍ପର ସୁବଳ ନାଗଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ବ୍ଲକ୍ ର ସମସ୍ତ ସିଆର୍ସିସି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଇଓ ଅଫିସ୍ ଷ୍ଟାଫ୍ ସହଯୋଗ କରିଥିଲେ।