-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ ଅଗ୍ରସେନ ଭବନ ଠାରେ ଅଗ୍ରବଂଶର ଶିରୋମଣି ମହାରାଜ ଅଗ୍ରସେନଙ୍କ ଜୟନ୍ତୀ ମହାସମାରୋହ ପାଳିତ ହୋଇଛି। ମାରୱାଡି ସମ୍ମିଳନୀର ଅଧ୍ୟକ୍ଷ ଚନ୍ଦ୍ରଭାନ ଜୈନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ସମାଜସେବୀ ରମେଶ କୁମାର ଜୈନ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। କେସିଙ୍ଗାର ପୂର୍ବତନ ଏନଏସି ଅଧ୍ୟକ୍ଷ ରାମ କୁମାର ଜୈନ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ଥିବା ବେଳେ ସମାଜସେବୀ ମୁରାଲୀ ଲାଲ ଜୈନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଯୁବାମଞ୍ଚ ସଂପାଦକ ରୋହିତ ଅଗ୍ରୱାଲ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଞ୍ଜୟ ଜୈନ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।