-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାର ସାଧାରଣ ବଣ୍ଟନ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ କାରିଗରୀ ଓଡିଶା : ଧାନ କିଣା ବିକାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ : ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ -

03-Oct-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
 ସରକାର ଙ୍କ ତରଫରୁ ରାଜ୍ୟରେ କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ ବହୁବିଧ ପଦକ୍ଷେପ ନିଆଯାଉଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ ଆନ୍ତରିକତାର ସହ ବିଭାଗୀୟ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ପରାମର୍ଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ କାରିଗରୀ ଓଡିଶା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର। ଆଜି ମାନ୍ୟବର ମନ୍ତ୍ରୀ ଜିଲ୍ଲାଗସ୍ତ ରେ ଆସି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବିଭାଗୀୟ କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି। ସେ ବୈଠକରେ କୃଷକ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଆନ୍ତରିକତାର ସହ କାର୍ଯ୍ୟକରିବାକୁ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି କି 
ଧାନ କିଣା ବିକାରେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶୟ ଦିଆଯିବନାହିଁ, ସେଥିପାଇଁ ପ୍ରତ୍ୟେକ ଧାନ ମଣ୍ଡିରେ ସି ସି ଟି ଭି କ୍ୟାମେରା ଓ କ୍ୱାଲିଟି ଏନାଳାଇଜର ମେସିନ ଲଗାଯିବା ପାଇଁ ପଦକ୍ଷେପ ନିଆଯିବାକୁ ଗୁରୁତ୍ୱାରୋପ କରିଛନ୍ତି ଯଦ୍ୱାରା ଧାନ କିଣାରେ କଟଣୀ ଛଟଣୀ କୁ ବନ୍ଦ କରାଯାଇପାରିବ ଏବଂ ଚାଷୀ ଉପଯୁକ୍ତ ମୂଲ୍ୟ ପାଇପାରିବ । ପୁନଶ୍ଚ କୌଣସି ମିଲର କିମ୍ବା ଦଲାଲ ଯେପରି ଚାଷୀର ଘରକୁ ଯାଇ ଧାନ କିଣାବିକା କରିନପାରିବ ସେଥିପାଇଁ ବିଶେଷ ସଜାଗ ହେବାକୁ ପରାମର୍ଶ ଦେଇଛନ୍ତି । ଚାଷୀ ଓ ଧାନର ସୁରକ୍ଷା ନିମନ୍ତେ ମଣ୍ଡି ଗୁଡିକରେ ପର୍ଯ୍ୟାପ୍ତ ସୁବ୍ୟବସ୍ଥା ନିମନ୍ତେ ଆବଶ୍ୟକ ପଦକ୍ଷେପ ସହ ଚାଷୀଙ୍କ ଖାତାରେ ଧାର୍ଯ୍ୟ ସମୟ ମଧ୍ୟରେ ଧାନବିକ୍ରି ଅର୍ଥ ରାଶି ଯେପରି ପ୍ରାପ୍ତ ହେବ, ଧାନ ଚୋରା ଚାଲାଣ କୁ ରୋକିବା ନିମନ୍ତେ ବ୍ୟବହୃତ ଗାଡ଼ିଗୁଡିକରେ  ଜି ପି ଏସ.ଲଗାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପୁନଶ୍ଚ ଖାଉଟି ସୁରକ୍ଷା ଯୋଜନାରେ ଜିଲ୍ଲାର ସମସ୍ତ ଯୋଗ୍ୟ ଓ ଉପଯୁକ୍ତ ହିତାଧିକାରୀଙ୍କ ଚୟନ ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାକୁ ନିଶ୍ଚିତ କରିବା ନିମନ୍ତେ ଅଧିକାରୀମାନେ ଘରକୁ ଘର ଯାଇ ଖାଉଟିଙ୍କ ଇ କେ୍ୱାଇସି କରିବାକୁ ପରାମର୍ଶ ଦେଇଥିଲେ। ବୈଠକ ଅବସରରେ ମାନନୀୟା ସାଂସନ୍ଦ ବଲାଙ୍ଗୀର ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ, ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା ବୈଠକରେ ଉପସ୍ଥିତ ରହି ଜିଲ୍ଲାର ଧାନ କିଣା ବିକା କୁ ସ୍ୱଚ୍ଛତାର ସହ ବିଧିବ୍ୟବସ୍ଥା ମଧ୍ୟରେ ସମ୍ପାଦନ କରିବାକୁ ଜିଲ୍ଲପ୍ରଶାସନ ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ରେ ଲିପ୍ତ କୌଣସି ଅଧିକାରୀ କିମ୍ବା କାର୍ଯ୍ୟକୁ ବରଦାସ୍ତ କରାଯିବନାହିଁ ବୋଲି କହିବା ସହ ସମସ୍ତ ଅଧିକାରୀ ତଥା ନିୟୋଜିତ କର୍ମଚାରୀ, ଲୋକାଭିମୁଖୀ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲପାଳ ଶ୍ରୀମତୀ ଅନ୍ୟା ଦାସ ମାନ୍ୟବର ମନ୍ତ୍ରୀ ଓଡିଶା ତଥା ସାଂସଦ ବଲାଙ୍ଗୀର, ବିଧାୟକ ବୀରମହାରାଜପୁର ଙ୍କୁ ବୈଠକରେ ସ୍ୱାଗତ କରିବା ସହ ଜିଲ୍ଲାରେ ଧାନକିଣାବିକା କୁ ସ୍ୱଚ୍ଛ ତଥା ସୁସମନ୍ୱୟ ପୂର୍ବକ ସମ୍ପାଦନ କରିବା ନିମନ୍ତେ ନିଆଯାଇଥିବା ଆବଶ୍ୟକ ପଦକ୍ଷେପ ତଥା ଭିତ୍ତି ଭୂମି ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ସୁରେଶ ପାଣିଗ୍ରାହୀ ସମୀକ୍ଷା ବୈଠକରେ ବିଭାଗୀୟ କାର୍ଯ୍ୟାବଳୀ, କାର୍ଯ୍ୟକାରିତା ତଥା ଅନ୍ୟାନ୍ୟ ଅନୁସଙ୍ଗିକ ତଥ୍ୟ ପାୱାର ପ୍ରେଜେଣ୍ଟେସନ ଜରିଆରେ ଉପସ୍ଥାପନ କରିଥିଲେ। ସେ ଏହି ଅବସରରେ ଜିଲ୍ଲାର ପେଡି ପ୍ରକୃଟମେଣ୍ଟର ଧାର୍ଯ୍ୟ ଲକ୍ଷ୍ୟ ସହ ଧାନ କିଣାବିକା ର ତଥ୍ୟ ପ୍ରଦାନ କରିଥିଲେ। ସି ଏମ ଆର ଡେ଼ଲିଭରି ସ୍ଥିତି ରେ ଯେତିକି ହେବା କଥା ସେତିକି ହେଉନଥିବା ସୂଚିତ କରିଥିଲେ। ଜିଲ୍ଲାରେ ଧାନ କିଣାବିକା ରେ ନିୟୋଜିତ ଥିବା ପେକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ସମ୍ପୃକ୍ତି ଉପରେ ସୂଚିତ କରିଥିଲେ। ଜିଲ୍ଲାରେ ରହିଥିବା ଷ୍ଟକ ଡିପୋ ସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଙ୍କ ତଥ୍ୟ ଦେଇ ବ୍ଲକ ଓ ସହରାଞ୍ଚଳ ରେ ରାସନ କାର୍ଡ ପାଇଥିବା ହିତାଧିକାରୀଙ୍କ ତଥ୍ୟ ପ୍ରଦାନ କରିଥିଲେ। 
 ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ଡି ଆର ସି ଏସ ଉପଜିଲ୍ଲାପାଳ ସୌମ୍ୟାରୁପା ରଥ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ସାଂସଦ ପ୍ରତିନିଧି ଶରତ ଶତପଥି, ସହକାରୀ ନିବନ୍ଧକ, ସୋନପୂର ଓ ବୀରମହାରାଜପୁର , ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ସମେତ ଜିଲ୍ଲା ତଥା ବ୍ଲକ ସ୍ତରୀୟ ସମ୍ପୃକ୍ତ  ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like