-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ କୁଟୁମଡୋଲା ନିବାସୀ ଧର୍ମ ପରାୟଣା ମହିଳା ମଞ୍ଜୁଲତା ସାହୁ (୫୦)ଙ୍କ ବୁଧବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସ୍ୱର୍ଗତା ସାହୁ ବଲାଙ୍ଗିର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । । ଶେଷ ସମୟରେ ତାଙ୍କ ପୁତ୍ର ସୌମ୍ୟ ରଂଜନ, ବୋହୁ ରୋଜାଲିନ, ଝିଅ ରାକ୍ଷୀ, ଜ୍ୱାଇଁ କାହ୍ନୁ ଚରଣ ଓ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଅକୃର ସାହୁ, ନନ୍ଦ କିଶୋର ସାହୁ, ଧନଞ୍ଜୟ ସାହୁ, ମଧୁସୁଦନ ସାହୁ, ଜୟଗୋପାଳ ସାହୁ, ବିଜୟ ସାହୁ, ଶୁଭ୍ରାଂଶୁ ସାହୁ, ବିପୁଳ ସାହୁ, ବୀଣା ସାହୁ, ବିଷ ସାହୁ ଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ସୌମ୍ୟ ରଂଜନ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ କୁଟୁମଡୋଳା ଗ୍ରାମବାସୀ ଓ ଆତ୍ମୀୟସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।