-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସର ନିଷ୍କ୍ରିୟତା ବିରୋଧରେ ଆଜି ଭୀମ ଆର୍ମି ପକ୍ଷରୁ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ରେ ବସି ଛନ୍ତି l ସୂଚନା ଅନୁସାରେ ପ୍ରଥମେ ଭୀମ ଆର୍ମିର ବହୁ ପୁରୁଷ ମହିଳା ମାନେ ଉଲୁଣ୍ଡା ହାଟ ପଡିଆ ଠାରେ ଏକତ୍ରିତ ହୋଇଥିଲେ l ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୋଲିସ ବିରୋଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଉଲୁଣ୍ଡା ଥାନାରେ ପହଂଚି ଥିଲେ l ସେଠାରେ ଗୌଡ଼ଗାଁରେ ହୋଇଥିବା ଜାତିଆଣ ହିଂସା, ଅତ୍ୟାଚାର ଏବଂ ମାମଲାକୁ ନେଇ ପୋଲିସର ନିଷ୍କ୍ରିୟତା ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏହି ଅବସରରେ ଆଇଆଇସି ଏକ ଦାବୀ ପତ୍ର ଙ୍କୁ ପ୍ରଦାନ କରିଥିଲେ l