-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡ଼ଖମାର ଠାରେ ତ୍ରିପୁରାସୁର ଦରବାର ପାଇଁ ଗୁରୁବାର କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୨ ତମ ଶ୍ୟାମାକାଳୀ ପୂଜା ଅବସରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ରହିଛି। ତ୍ରିପୁରାସୁର ଭୂମିକା ଅଭିନୟ କରୁଥିବା ମନୋରଞ୍ଜନ ଚିରଗୁନ ଙ୍କ ବାସଭବନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଗୁଆ ନଡ଼ିଆ ଓ ଉପଢ଼ୌକନ ଦେଇ ବରଣ କାର୍ଯ୍ୟ କରାଯାଇଥିଲା। ଆସନ୍ତା ୩୦ ରୁ ୪ ପର୍ଯ୍ୟନ୍ତ ତ୍ରୀପୁରାସୁର ଦରବାରରେ ଆୟୋଜନ ହେବ। ଏଥିରେ ମିନାବଜାର, ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଏଥିରେ କମିଟି ସଭାପତି ଗୈାରୀଶଙ୍କର ପାଣିଗ୍ରାହୀ, ସହଦେବ ମହାକୁର, ଗୋକୁଳାନନ୍ଦ ସାହୁ, ଯଜ୍ଞେଶ୍ଵର ନାଏକ, ସାମ୍ବାଦିକ ସନାତନ ନାଗ,ରହିମ କୁମାର ପ୍ରଧାନ, ହେମନ୍ତ ପ୍ରଧାନ,ଜଗଦିଶ ଛନ୍ଦ,ବିକେଶ କୁମାର ସାହୁ, କାର୍ତ୍ତିକେଶ୍ଵର ଭୋଇ, ସୁରେନ୍ଦ୍ର ପ୍ରଧାନ ଓ ଜୟଦେବ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।