-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ଡୁଙ୍ଗୁରିପାଲି/ବଲାଙ୍ଗୀର(ପ୍ରେରଣା ଖବର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିର ସାମ୍ବାଦିକ ତଥା ପ୍ରେରଣା ନିଉଜ୍ ପୋର୍ଟାଲର ସାମ୍ବାଦିକ ଅରବିନ୍ଦ ମିଶ୍ର (ବାଦଲ) ଲାଙ୍ଗିରଠାରେ ସମ୍ମାନିତ ହୋଇଛନ୍ତି। ଗତକାଲି ବଲାଙ୍ଗିରଠାରେ ପ୍ରେରଣା ୱେବ୍ ପୋର୍ଟାଲର ଚତୁର୍ଥ ସ୍ବନକ୍ଷତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥୁବା ବ୍ୟକ୍ତିବିଶେଷ, ସାମାଜିକ କର୍ମୀ, ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହି କ୍ରମରେ ଡୁଙ୍ଗୁରିପାଲିର ସାମ୍ବାଦିକ ଅରବିନ୍ଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀହେମନ୍ତ ପଣ୍ଡା, ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଓ ସଂପାଦକ ରଘୁନନ୍ଦନ ସିଂହ ଉପସ୍ଥିତ ଥିଲେ।