-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ତୁଷୁରା (ପଞ୍ଚାନନ ନାଏକ) ଶହେ ଦିନର ସଫଳତା ପାଳନ କରୁଥିବା ଦଳ ଶହେ ଦିନରେ ଶହେ ଭୁଳ କରିଛନ୍ତି ବୋଳି ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ବୁଧବାର ବିଜୁ ଜନତାଦଳ ପକ୍ଷରୁ ଆଯୋଜିତ ଜନସଂପର୍କ ପଦଯାତ୍ରାରେ ଅନୁଷ୍ଠିତ ସଭାରେ ମତ ପ୍ରକାଶ କରିଥିଲେ। ପ୍ରଥମେ ତୁଷୁରା ସହରର ଇଷ୍ଟ ଦେବୀ ମାଁ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଜୁ ଜନତାଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ତୁଷୁରା ସହର ପରିକ୍ରମଣ କରିବା ସହ ନବୀନ ସରକାର ସମୟରେ ଚାଳିଥିବା ଯୋଜନା ଗୁଡିକକୁ ଶାସକଦଳ ରଙ୍ଗ ଓ ନାମ ବଦଲାଇ କାର୍ଯ୍ୟ ଚାଳିଛି, ଏବେ ପର୍ଯ୍ୟନ୍ତ ନୂତନ ଯୋଜନା କିଛି କରିନଥିବା ଲୋକମାନଙ୍କୁ ବୁଝାଇଥିଲେ। ଏହାପରେ ତୁଷୁରା କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ଦଳୀୟ ନଗର ସଭାପତି କମଳ କିଶୋର ଜୈନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି,ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ତୁଷୁରା ଏନଏସିର ଉପାଧ୍ୟକ୍ଷା ମାମୀ ଦାସ, ସମିତିସଭ୍ଯା, କାଉନସେଲ ଆଦି ମଞ୍ଚାସିନ ଥିଲେ। ମଞ୍ଚ ପରିଚାଳନା ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ କରିଥିବା ବେଳେ ନିରୋଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।