-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ବୀରମହାରାଜପୁର , (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହେବା ସହ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଊ l ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା ଙ୍କ ନେତୃତ୍ୱ ରେ ଆୟୋଜିତ ପଦଯାତ୍ରା ସ୍ଥାନୀୟ ମେଳଣ ପଡିଆ ଠାରୁ ଶୁଭାରମ୍ଭ କରି ସହର ପରିକ୍ରମା କରିବା ସହ ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରିବା ସହିତ ସ୍ଲୋଗାନ ଦିଆ ଯାଇଥିଲା l ଏଥିରେ ଶତାଧିକ କର୍ମୀ ସାମିଲ ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ଉପସଭାପତି କିଶୋର କୁମାର ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାରାୟଣ ପଣ୍ଡା, ବିବସ୍ବତୀ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ରାଜ୍ୟ ମହିଳା ସାଧାରଣ ସମ୍ପାଦକ ସୁଲୋଚନା ହୋତା, ଜିଲ୍ଲା ସାଧାରଣ ସମ୍ପାଦକ ଶେଷଦେଵ ବାରିକ,ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ, ଚମ୍ପମାଲ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ସୁବଳୟl ସମିତି ସଭ୍ୟl ଲିଲି ମେହେର, ପ୍ରଦୀପ ମିଶ୍ର, ତୁଳସୀ ଦାସ , ସୁରୁ ନାରାୟଣ ମହାକୁର ,ଲଳିତ ମୋହନ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ମେହେର ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତୃବୃନ୍ଦ ଯୋଗଦାନ କରିଥିଲେ l ଆଗାମୀ ଦିନ ରେ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ କୁ ଆହୁରି ଜୋରଦାର କରାଯିବ ବୋଲି ନେତୃବର୍ଗ ପ୍ରକାଶ କରିଥିଲେ l