-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଜଟେସିଂହା ଉଚ୍ଚ ବିଦ୍ୟାଳୟରେ ଠାରେ ଅନୁଷ୍ଠିତ ହୋଇଯାଇଛି l ଓଷ୍ଟାର ବ୍ଲକ ସମ୍ପାଦକ ନାରାୟଣ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଷ୍ଟା ସଭ୍ୟ ଭୂଷଣ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅମୀୟ କୁମାର ମହାନ୍ତି, ଜିଲ୍ଲା ସଭାପତି ଅଖୋଜ କୁମାର ପଧାନ, ସମ୍ପାଦକ ସୁଶୀଲ କୁମାର ବିଶି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ l ଏଥିରେ ସୁବଳୟା ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ବାଘ ସଭାପତି, ରଘୁନାଥ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ବେରିହା ଓ ପ୍ରତିଭା ବେଦବାକ ଉପସଭାପତି,ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସମ୍ପାଦକ, ଶାନ୍ତନୁ ମହାକୁର, ମଞ୍ଜୁଲତା ଜଗଦଲା ସହ ସମ୍ପାଦକ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ରଥ, ବୈକୁଣ୍ଠ ନାୟକ, ରାଜ୍ୟ ପରିଷଦ ସଭ୍ୟ ଭଞ୍ଜ କୁମାର ରାୟ ଙ୍କୁ ମନୋନୀତ କରାଗଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ସମ୍ପାଦକ ଜଟେ ସିଂହା ପ୍ରଧାନ ଶିକ୍ଷକ ତ୍ରିପୁରାରୀ ରଥ ଉପସ୍ଥିତଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ଚାକିରୀରୂ ଅବସର ନେଇ ଥିବା ଶିକ୍ଷକ ମାନଙ୍କୁ ଓଷ୍ଟl ତରଫରୁ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଖୋଜ କୁମାର ପଧାନ ସହକାରୀ ,ଶିକ୍ଷକ ଉଜ୍ୱଳ ଚନ୍ଦ୍ର ପଧାନ, ନାରାୟଣ ରଥ, ଜଟେସିଂଘା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲଳେନ୍ଦ୍ର ତ୍ରିପାଠୀ ,ବାଗବର ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲମ୍ବୋଦର ପଧାନ ଏବଂ ପ୍ରଧାନ ଶିକ୍ଷକ ଅଞ୍ଜଳି ମିଶ୍ର ଙ୍କୁ ସମ୍ମାନୀତ କରାଯାଇଥିଲା।