-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
କଣ୍ଟାମାଳ(ଜୟ କୁମାର ମହାରଣା) : ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜ ଓ ମା' ମାହେଶ୍ଵରୀ ସେନାର ମିଳିତ ଉଦ୍ୟମରେ ଏକ ମେଗା ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବରରୁ ମୋଟ ୮୨ ୟୁନିଟ ରକ୍ତ ସଂଗୃହିତ ହୋଇଛି, ଯାହାକି ପୂର୍ବ ରୁ ହୋଇଥିବା ସମସ୍ତ ରକ୍ତଦାନ ଶିବିର ଠାରୁ ସର୍ବାଧିକ l ଏଥିର କଲେଜର ଶିକ୍ଷିତ ଓ ସଚେତନ ଛାତ୍ରଛାତ୍ରୀ ସର୍ବାଧିକ ରକ୍ତଦାନ କରିଛନ୍ତି । ଘଣ୍ଟାପଡା ଡାକ୍ତରଖାନାର ଡ. ଶୁଭମ ମିଶ୍ର ଓ ଖୁଣ୍ଟିଗୋରା ଡାକ୍ତରଖାନାର ଡ. ଆନନ୍ଦ ଭୁଏ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ପରେ କଲେଜ ଅଧ୍ୟକ୍ଷ ଗିରିଧର ବେହୁରୀଙ୍କ ସଭାପତିତ୍ଵରେ ଆୟୋଜିତ ଏକ ସଚେତନତା ସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଆୟୋଜକ ଓ ରକ୍ତ ଦାତାଙ୍କୁ ଭୁୟସୀ ପ୍ରଶଂସା କରି ରକ୍ତଦାନ ର ମହତ ଉଦ୍ଦେଶ୍ୟ ସମ୍ପର୍କରେ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଅନ୍ୟ ମଂଚାସୀନ ଅତିଥି ଭାବେ ୧ନଂ ଯୋନର ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଶିକ୍ଷାବିତ ନିଳାଚଳ ଭୋଇ, ଆଦିବାସୀ ନେତା ଡମ୍ବରୁଧର କହଁର, ବରିଷ୍ଠ ଓକିଲ ପ୍ରଶାନ୍ତ ସାହୁ ଓ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ଉପରେ ବକ୍ତବ୍ୟ ରଖିଥିଲେ। କଲେଜ କିରାଣୀ ଦେବେନ୍ଦ୍ର ନାଥ ରଣା ଅତିଥି ପରିଚୟ ଓ ଅଧ୍ୟକ୍ଷ ଶ୍ରୀ ଦେହୁରୀ ଧନ୍ୟବାଦ ଦେଇଥିଲେ। ଶିବିରରେ ସୋନପୁର ଜିଲ୍ଲା ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିବା ସ୍ଥଳେ କଲେଜ କର୍ମଚାରୀଙ୍କ ସମେତ ମା' ମାହେଶ୍ଵରୀ ସେନାର ପ୍ରାୟ ୫୦ ଜଣ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l