-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣିରେ ଶତାଧିକ ମହିଲାଙ୍କ ଦାବୀ ମଦ ବନ୍ଦ କରାଯାଉ,  ଲୋକଦେଖାଣିଆ ଭାବରେ ଚାଲିଛି ଅଭିଯୋଗ ଶୁଣାଣି, ଜିଲ୍ଲାପାଳଙ୍କ ଅନୁପସ୍ଥିତ ଫିକା ଫିକା ଲାଗୁଛି ଶୁଣାଣି ଶିବିର, କଲେକ୍ଟର ନାଇ ଆସନ ବଲି ଜାଣିଥିଲେ ନାଇଁ ଆଇଥିତୁ

30-Sep-2024



ଡୁଙ୍ଗୁରିପାଲି-(ଅରବିନ୍ଦ ମିଶ୍ର) ଉପାନ୍ତ ଅଂଚଳର ଲୋକେ ତାଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ପରି କୌଣସି ପ୍ଲାଟଫର୍ମ ନଥିଲା ଯେଉଁଠାରେ କି ସେମାନେ ବିନା ଖର୍ଚ୍ଚାନ୍ତ, ନିର୍ଭୟରେ  ସେମାନଙ୍କ ସମସ୍ୟା ଜିଲ୍ଲାପ୍ରଶାସନ ଆଗରେ ଉପସ୍ଥାପନ କରିପାରିବେ ।  ଏହାକୁ ଦୂର କରିବା ପାଇଁ ପୂର୍ବ ସରକାର ପ୍ରତ୍ୟେକ ବ୍ଲକ ସଦରମହକୁମାରେ ଜିଲ୍ଲାର ସମସ୍ତ ଅଧିକାରୀ, ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ଗୋଟିଏ ମଞ୍ଚରେ  ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ପ୍ରସାଶନର ଅଭିଯୋଗ ଶୁଣାଣି କରାଯିବାକୁ ନିଷ୍ପତ୍ତି ନେଇଥିଲେ । ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ବ୍ଲକରେ ସୋମବାର ଦିନ ଏହା ଅନୁଷ୍ଠିତ ହେବ । ନିର୍ଦ୍ଧିଷ୍ଟ ତାରିଖରେ ହେବାକୁ ଥିବା ସମୟର ସହିତ ସବିଶେଷ ତଥ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାତ ଗୁଡିକୁ ଜଣାଇ ଦିଆଯିବା କଥା । କିନ୍ତୁ ଦିନକ ପୂର୍ବରୁ ବା ସେହି ଦିନ ହିଁ ଏହା ସାର୍ବଜନୀନ କରାଯାଇଥାଏ । ଯାହାକି ସମସ୍ତେ ଜାଣି ପାରି ନଥାନ୍ତି । ଅଧିକାଂଶ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଏହି ଶୁଣାଣି ଫିକା ପଡି ଯାଉଛି ।ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଅଭିଯୋଗ ଗୁଡିକର ଦମ୍ ମଧ୍ୟ ରହୁନାହିଁ । ଅଧିକାରୀମାନେ ହାଲକା ଭାବରେ ଏହାକୁ ନେଉଛନ୍ତି । ଗୋଟିଏ ଗୋଟିଏ ଅଭିଯୋଗ ଉପରେ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁ ନଥିବା ଅଭିଯୋଗକାରୀମାନେ ଅଭିଯୋଗ କରୁଛନ୍ତି । ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତର ସୁଯୋଗ ନେଇ ଅନେକ ଅଧିକାରୀ

ବିଳମ୍ବରେ ଆସୁଥିବା ଦେଖାଯାଏ । ତାଙ୍କ ବଦଳରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉନ୍ନୟନ ଅଧିକାରୀ ଅଭିଯୋଗ ଶୁଣିଥିବା ବେଳେ ଖୋଦ୍ ଜିଲ୍ଲା ଯୋଗାଣ ଅଧିକାରୀ ବିଳମ୍ବରେ ଆସିଥିଲେ ।  ଆହୁରି ମଧ୍ୟ ଅନେକ ଅଧିକାରୀ ବିଳମ୍ବର  ପହଞ୍ôଚଥିବା ଦେଖାଯାଏ । ତତ୍କାଳୀନ ଜିଲ୍ଲାପାଳ ଆବୋଲି ଶୁନୀଳ ନରୱଣେ ଅଭିଯୋଗ ଶୁଣାଣିରେ ସମ୍ବଳପୁରୀ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରତ୍ୟେକ ଅଧିକାରୀ ସେ ଦିନ ସମ୍ବଲପୁରୀ ସାର୍ଟ ପିନ୍ଧିବେ । କିନ୍ତୁ ଆଜି କାଁଭାଁ ଅଧିକାରୀଙ୍କୁ ଛାଡି ଦେଲେ ପ୍ରାୟ ସାଧାରଣ ପୋଷାକ ପରିଧାନ କରିଥିଲେ ।  ଆଜିର ଅଭିଯୋଗ ଶୁଣାଣିରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଦେଶୀ ଚୋରା ମଦ ବନ୍ଦ ହେଉ । ଆମ ପରିବାରରେ ହସଖୁସି ରହୁ । ଏହି ବ୍ଲକର ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଲି ଗ୍ରାମର ଗଜଲକ୍ଷ୍ମୀ ,ମାଁ ଚନ୍ଦଲିପାଟ, ମାଁ ଡାଲତଲିଏନ,  ମାଁ ତାରିଣୀ ଗୃପର ଶତାଧିକ ମହିଲା ଆଜି ଅଭିଯୋଗ ଶୁଣାଣିରେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦ତାରିଖ  ଗ୍ରାମର ସମସ୍ତ ମହିଲା ଗୋଷ୍ଠୀଙ୍କ ଉପସ୍ଥିତିରେ ମଦ ବିକ୍ରୀ କରାଯିବ ନାହିଁ ବୋଲି ମଦ ବିକ୍ରୀ କରୁଥିବା ବ୍ୟକ୍ତି ବିଶେଷ ପ୍ରତିଶୃତି ଦେଇଥିଲେ । ଏହା ସତ୍ତ୍ୱେ ମଧ୍ୟ ମଦ ବିକ୍ରୀ ବନ୍ଦ ନ ହେବାରୁ  ରାମପୁର ଥାନାଧିକାରୀଙ୍କୁ  ଜଣାଇଥିଲେ ।  ପ୍ରତ୍ୟେକ ଦିନ ଗାଁ ଦାଣ୍ଡରେ ମଦୁଆମାନେ ଉତ୍ପାତ କରଛନ୍ତି ।  ଘରେ ମାରପିଟ କରୁଛନ୍ତି ।  ମହିଳାମାନଙ୍କ ସହିତ ଗାଳିଗୁଳଜ ଓ ଉନ୍ନତ୍ତ କାଣ୍ଡ କରୁଛନ୍ତି ।  ଗୋିଟିଏ ପଡାର ପ୍ରତ୍ୟେକ ଘରେ ମଦର ବନ୍ୟା ଛୁଟୁଛି ।  ସବୁ ସମୟରେ ଅନାୟରେ ମଦ ମିଳୁଥିବାରୁ ଗୋଟିଏ ପିଢି ବର୍ବାଦ ହୋଇ ଗଲାଣି ।  ପାଠ ପଢିବା ବଦଳରେ ମଦ ପିଇ ମାତାଲ  ହେଉଛନ୍ତି ।  ସବୁବେଳେ ନିଶାଶକ୍ତ ରହୁଥିବାରୁ ନିଜେ ବର୍ବାଦ ହେବା ସହ ଅନ୍ୟମାନଙ୍କୁ ସାଙ୍ଗ କରି ବର୍ବାଦ କରୁଛନ୍ତି ।  ଯାହାକୁ ପରବର୍ତ୍ତି ପିଢି ପାଇଁ ଅନ୍ଧାର ଘୋଟି ଆସୁଛି । ଗାଁର ୨ ନମ୍ବର ୱାର୍ଡର ୧୦୦ ମିଟର ଦୂରତାରେ ଗୋଟିଏ ମହାବିଦ୍ୟାଳୟ, ଦୁଇଟି ଓଚ୍ଚ ବିଦ୍ୟାଳୟ, ତିନୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ତାସତ୍ତ୍ୱେ ମଧ୍ୟ ସେଠାରେ ମଦ କୋଠୀ ରହିଛି । ଉକ୍ତ ରାସ୍ତାରେ ସ୍କୁଲ ଗଲାବେଳେ ପିଲାମାନେ  କିଛି ନା କିଛି ଅଘଟଣର ଶୀକାର ହେଉଥିବା ନଜୀର ରହିଛି । ସେମାନେ ସ୍କୁଲକ ଯିବାକୁ ଡରୁଛନ୍ତି । ସେହିପର ିରାମପୁରରୁ ଶତାଧିକ ମହିଳା ଆଜି ଆସି ଅନୁରୁପ ଅଭିଯୋଗ କରିଛନ୍ତି ।  ରାମପୁର ସହର ମଝିରେ ବିଭିନ୍ନ ସ୍କୁଲ କଲେଜ, ଅଫିସ, ସାପ୍ତାହିକ ବଜାର, ବସଷ୍ଟାଣ୍ଡ ରହିଛି । ସେଠାରେ ମଧ୍ୟ ଦେଶୀ ଚୋରା ମଦ ୨୪ଘଣ୍ଟିଆ ମିଳୁଛି ।ଅବକାରୀ ବିଭାଗ କିମ୍ବା ପୁଲିସ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବେପାର ବେଧଡକ ଚାଲିଛି ।  ମାସିକିଆ କୋଟା ନିତିରେ ଚାଲିଥିବାରୁ ଚୋରା ବେପାରୀ ସହିତ ଅବକାରୀ ବିଭାଗର ମଧୁ ଚନ୍ଦ୍ରିକା ରହିଛି ।  ଅନ୍ୟତମ ଗୁରୁତର  ଅଭିଯୋଗ ମଧ୍ୟରେ ସୋନପୁର ବ୍ଲକ ଛକଠାରେ  ଦୀର୍ଘ ବର୍ଷ ହେବ  ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ସେଠାରେ ସୌନ୍ଧର୍ଯ୍ୟ କରଣ ନାମରେ ଉମୂର୍ତ୍ତିକୁ ଉଚ୍ଛେଦ କରି ଦେଇଛନ୍ତି । ଉକ୍ତ ମୂର୍ତ୍ତୀକୁ ସେଠାରେ ପୁନଃ  ସ୍ଥାପନ କରାଯିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗେନ୍ଦ୍ର ଭୋଇ, ବ୍ଲକ ସଭାପତି ଶ୍ୟାମସୁନ୍ଦର ଭୋଇ ଆଜି ଅଭିଯୋଗ ପ୍ରକୋଷ୍ଠରେ ଦାବୀ କରିଛନ୍ତି । ଯଦି ଉକ୍ତ ମୂର୍ତ୍ତିକୁ ସ୍ଥାପନ କରାନ ଯାଏ ତାହେଲେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଧମକ ମଧ୍ୟ ଦେଇଛି । ଆଜିର ଅଭିଯୋଗ  ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାୟକ ଯୁଗ୍ମ ଅଭିଯୋଗ ଶିବିରରେ ଯୋଗଦାନ କରି  ଜନସାଧାରଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୪୫ଗୋଟିଏ ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ ।  ତନ୍ ମଧ୍ୟରୁ ବ୍ୟକ୍ତିଗତ ଦରଖାସ୍ତ ୨୨୨ ଗୋଟି ଗ୍ରହଣ କରାଯାଇଥିବାବେଳେ ୨୩ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି । ଦରଖାସ୍ତ ଗୁଡିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସଂପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ  ରାମଗୋପାଳ ହାତୀଙ୍କୁ ଶିଶୁଙ୍କ ଶିକ୍ଷା ସହାୟତା ନିମନ୍ତେ ୬ହଜାର ଟଙ୍କା, ଶ୍ରୀଧର ନାଏକଙ୍କୁ ବିବାହ ପ୍ରୋସାହନ ସହାୟତା ନିମନ୍ତେ ୫୦ ହଜାର ଓ ନରେନ୍ଦ୍ର ମେହେରଙ୍କୁ ଅନ୍ତିମ ସଂସ୍କାର ସହାୟତା ଓ ମୃତ୍ୟୁକାଳୀନ ସହାୟତା ନିମନ୍ତେ ୫ହଜାର  ଓ ୨ଲକ୍ଷ ଟଙ୍କାର ଶ୍ରମିକ କଲ୍ୟାଣ ଆର୍ଥିକ ସହାୟତାର ଡେମୋ ଚେକ ପ୍ରଦାନ କରିଛନ୍ତି । ଏଥି ସହ  ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ହିତାଧିକାରୀଙ୍କୁ ଜିଲ୍ଲା ଶ୍ରମ ବିଭାଗ ତରଫରୁ ୧୧ଜଣ ଝିଅ ବିବାହ ନିମନ୍ତେ ପ୍ରୋସାହନ ସହାୟତା, ୨ଜଣକୁ ପ୍ରସୂତୀକାଳିନ ସହାୟତା, ୨୦ଜଣଙ୍କୁ ଶିକ୍ଷା ନିମନ୍ତେ ସହାୟତା, ୩ଜଣକୁ ମୃତ୍ୟୁକାଳୀନ ସହାୟତା ଓ ୬ଜଣକୁ ଅନ୍ତିମ ସଂସ୍କାର ସହାୟତା ନିମନ୍ତେ ଅର୍ଥରାଶି ପ୍ରଦାନ କରାଯାଇଛି ।  ଏହି ପରିପ୍ରେକ୍ଷୀରେ  ବିଭାଗ ତରଫରୁ ସମୁଦାୟ ବିଭିନ୍ନ ୪୨ଜଣକୁ ମୋଟ ୧୩ଲକ୍ଷ ୪ହଜାର ୪ଶହ ଟଙ୍କା ସହାୟତା ଅର୍ଥରାଶି ସେମାନଙ୍କ ସଂଚୟ ଖାତାକୁ ଅନ୍ଲାଇନ ମାଧ୍ୟମରେ ପ୍ରଦାନ କରାଯାଇଛି । ଅତିରିକ୍ତ ବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ  ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ ସମେତ ଜିଲ୍ଲା  ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର,  ଉପଜିଲ୍ଲାପାଳ ସୌମ୍ୟାରୂପା ରଥ, ଡା. ରମେଶ ଚନ୍ଦ୍ର ସ୍ୱାଇଁ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ଆରଡବ୍ଲୁଏସଏସ ଯନ୍ତ୍ରୀ ତପନ ପଧାନ, ଅବକାରୀ ଅଧିକ୍ଷକ ପ୍ରବୀର ସାମଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like