-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ଡୁଙ୍ଗୁରିପାଲି , ତା.୩୦/୯(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ପ୍ରାଙ୍ଗଣରେ ଆଜି ସୋମବାର ରେ ତୃତୀୟ ଶିକ୍ଷକ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ପଶାୟତ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି। ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ ଓ ତରଭା ବାଳିକା ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ APAAR Id ଛାତ୍ର ଛାତ୍ରୀଙ୍କ ପାଇଁ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ସଭା କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଂଯୋଜନା କରିଥିବା ସହ APAAR ID ବିଷୟରେ ଅଭିଭାବକ ତଥା ଛାତ୍ର ଛାତ୍ରୀ ମାନଙ୍କୁ ସବିଶେଷ ଧାରଣା ଦେଇଥିଲେ। କନିଷ୍ଠ ସହାୟକ ସଞ୍ଜୀବ ପୂଜାରୀ କିପରି ଭାବରେ Id ଖୋଲାଯାଇ ପାରିବ ତାର ଏକ ମଡେଲ ପ୍ରଦର୍ଶନ କରିଥିଲେ।
ଏହି କାର୍ଯକ୍ରମ ରେ ଯୋଗଦେଇଥିବା ଅଭିଭାବକ ଓ ଅଭିଭାବିକା ନିଜସ୍ଵ ମତାମତ ଦେବା ସହିତ ସରକାରଙ୍କର APAAR ID ଯୋଜନାକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମନ୍ତବ୍ୟ ଦେଇଥିଲେ। ପରେ ସମସ୍ତ ଅଭିଭାବକ ସ୍କୁଲ ର ବିଜ୍ଞାନଗର, କମ୍ପ୍ୟୁଟର ଏବଂ ଶ୍ରେଣୀ ଗୃହ ପ୍ରଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ। ଶେଷରେ ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।